Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଅଜବ ସଉକ: ୨୧ ଜଣ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଇଥିବା ଅଭିଯୁକ୍ତ ଶେଷରେ ପହଁଚିଲା ଶ୍ୱଶୁର ଘରେ

24/12/2018 at 12:44 PM

ଦିଲ୍ଲୀ ୨୪/୧୨ : ପ୍ରତ୍ୟେକ ମଣିଷର କିଛି କିଛି ସଉକ ଥାଏ | କିଏ ଡ୍ରେସ କିଣିବାକୁ ଭଲପାଏ ତ କିଏ ନୂଆ ନୂଆ ଜୋତା ପିନ୍ଧିବାକୁ ଭଲପାଏ | ଆହୁରି ପୁଣି କାହାର ସଉକ ଥାଏ ନୂଆ କାର କିଣିବା | ଆଶ୍ଚର୍ଯ୍ୟର କଥା ହେଲା କେହି କେହି ଅପରାଧିକ କାର୍ଯ୍ୟକଳାପ କରିବାକୁ ସଉକ ରଖିଥାନ୍ତି | ଦିଲ୍ଲୀ ପୋଲିସ ଏମିତି ଜଣେ ବ୍ୟକ୍ତିକୁ ଗିରଫ କରିଛି | ଏହି ବ୍ୟକ୍ତିର ସଉକ କଥା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଏହି ବ୍ୟକ୍ତିଙ୍କର ସଉକ ହେଲା ମହିଳାଙ୍କୁ ବିବାହ କରିବା ଏବଂ ତାଙ୍କୁ ଠକିବା | ଅଭିଯୁକ୍ତକୁ ଦିଲ୍ଲୀ ପୋଲିସ କରିଛି | ଏବେ ଯାଏଁ ଅଭିଯୁକ୍ତ ପାଞ୍ଚ ଜଣ ଯୁବତୀଙ୍କୁ ବିବାହ କରି ସାରିଛି ଏବଂ ଯୌତୁକରେ ଲକ୍ଷାଧିକ ଟଙ୍କା ଏବଂ ଜିନିଷ ପତ୍ର ନେଇ ଫେରାର ହୋଇଯାଇଛି | ଖବର ଅନୁସାରେ ଏବେ ଯାଏଁ ସେ ୨୧ ଜଣ ଯୁବତୀ ଏବଂ ମହିଳାଙ୍କ ସହ ସମ୍ପର୍କ ରଖି ସମସ୍ତ ୨୧ ଜଣଙ୍କୁ ବିବାହ କରିବା ପାଇଁ ଇଛା କରିଥିଲା |


ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲ ଡିସିପି ପ୍ରମୋଦ ସିଂ କୁଶବାହାଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତର ନାଁ ଅଭିଷେକ ବଶିଷ୍ଠ ଓରଫ ଅଭିନବ ଶର୍ମା | ତାଙ୍କ ଘର ହରିୟାଣାର କୁରୁକ୍ଷେତ୍ର ଠାରେ | ଗତ ଶୁକ୍ରବାର ଅର୍ଥାତ ଡିସେମ୍ବର ୨୨ ତାରିଖରେ ଅଭିଯୁକ୍ତ ଅଭିଷେକକୁ ଏସିପି ଅତର ସିଂ, ଇନ୍ସପେକ୍ଟର ଅମୁଲ ତ୍ୟାଗୀ ଏବଂ ଚନ୍ଦ୍ରିକା ପ୍ରସାଦଙ୍କ ଟିମ ହରିଦ୍ୱାରରୁ ଗିରଫ କରିଥିଲେ |


ଅଭିଯୁକ୍ତକୁ ଗିରଫ ପରେ ପୋଲିସ ପଚରାଉଚୁରା କରିଥିଲା | ଯାଞ୍ଚରୁ ଜଣାପଡିଥିଲା ଯେ, ଅଭିଯୁକ୍ତ ଛାଡପତ୍ର ନେଇଥିବା ମହିଳାଙ୍କୁ ନିଜର ଶିକାର କରୁଥିଲା | ଅଭିଯୁକ୍ତ ନିଜକୁ ଅକ୍ଷ୍ୟ ଦୀପ ମିଡ଼ିଆ ହାଉସର ମାଲିକ ବୋଲି କହୁଥିଲା | ଏହାସହ ନିଜକୁ ଏକ ବଡ ବ୍ୟବସାୟୀ ଏବଂ ହୈ ପ୍ରୋଫାଇଲ ପରିବାରର ସଦସ୍ୟ ବୋଲି ଦାବି କରି ମହିଳାଙ୍କୁ ନିଜ ଜାଲରେ ଫସୁଥିଲା | ଦିଲ୍ଲୀର ବାରଖମ୍ବା ଥାନାରେ ଜଣେ ଯୁବତୀ ଅଭିଷେକ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ | ମାମଲା ଆଧାରରେ କୋର୍ଟ ଅଭିଷେକ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଥିଲେ | ତେବେ ଅଭିଷେକ ଫେରାର ହୋଇଯାଇଥିଲା | ପୋଲିସ ଅଭିଷେକ ନାଁରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ |
ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଅଭିଷେକ ଦୁଇଜଣ ମହିଳାଙ୍କ ସହ ହରିଦ୍ୱାରରେ ଲିଭ ଇନରେ ରହୁଥିଲା | ଦୁଇ ମହିଳାଙ୍କୁ ବିବାହ କରିବ ବୋଲି କହି ତାଙ୍କ ସହ ରହୁଥିଲା | ସେତେବେଳେ ଜଣେ ଦିଲ୍ଲୀ ପୋଲିସର ସ୍ପେସିଆଲ ସେଲକୁ ଖବର ଦେଇଥିଲେ ଯେ ଅଭିଯୁକ୍ତ ହରିଦ୍ୱାରରେ ଅଛି | ହରିଦ୍ୱାର ମେଟ୍ରିମନିଏଲ ସାଇଟରେ ମିଛ ନାଁ ଏବଂ ଠିକଣା ଦେଇ ବିଭା ପାଇଁ ଆବେଦନ କରି ଯୁବତୀ ଏବଂ ମହିଳାଙ୍କୁ ଠକିବା ପାଇଁ ଅଭିଷେକ ପୁରା ବନ୍ଦୋବସ୍ତ କରିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା | ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା |


ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବହୁ ଗୁଡ଼ାଏ ନ୍ୟୁଜ ଚାନେଲରେ ପତ୍ରକାର ଭାବେ ଚାକିରୀ କରିଥିବା ଦାବି କରିଥିଲା | ୨୦୦୨ ମସିହାରେ କବିତା ନାମକ ଜଣେ ଯୁବତୀଙ୍କ ସହ ଅଭିଯୁକ୍ତର ବିବାହ ହୋଇଥିଲା | ଉଭୟଙ୍କ ର ୭ ବର୍ଷର ଏକ ଝିଅ ମଧ୍ୟ ଅଛି | ତଥାପି ସ୍ତ୍ରୀ ଏବଂ ଝିଅକୁ ଚଡି ଅଭିଷେକ ଏପଟେ ସେପଟେ ମୁହଁ ମାରୁଥିଲା | ୨୦୧୨ ମସିହାରେ ଅଭିଯୁକ୍ତ ମିଚି ମିଚିକା ଜ୍ୟୋତିଷ ମଧ୍ୟ ହୋଇଯାଇଥିଲା | କେବଳ ସେତିକି ନୁହେଁ, ଏକ ଟିଭି ଚାନେଲରେ ଜ୍ୟୋତିଷ ହୋଇ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଥିଲା | ଆଚାର୍ଯ୍ୟ ଅତୁଲଜୀ ମହାରାଜ ନାଁରେ ସେ ଉକ୍ତ ଚାନେଲରେ କାର୍ଯ୍ୟକ୍ରମ କରୁଥିଲା | ଅଭିଷେକର ପୋଲ ଖୋଲିଯିବା ପରେ ଚାନେଲ ଅଧିକାରୀ ତାକୁ ବିତାଡିତ କରିଦେଇଥିଲେ | ୨୦୧୬ ମସିହାରେ ଚଣ୍ଡୀଗଡ଼ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା | ଜଣେ ବ୍ୟବସାୟୀଙ୍କୁ ଜାଗା ଯୋଗେଇଦେବା ବୋଲି କହି ତାଙ୍କୁ ଠକିଥିଲା ଅଭିଯୁକ୍ତ | ଯେଉଁଥିପାଇଁ ପୋଲିସ ତାକୁ ଗିରଫ କରିଥିଲା |

   Related Posts