Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଜୟପୁର ଆକାଶବାଣୀ କେନ୍ଦ୍ରରେ ଚାକିରୀ କରାଇ ଦେବା ନାଁରେ ଠକେଇ, ନକଲି ଜଏନିଂ ଲେଟର ବାଣ୍ଟୁଥିବା ଅଭିଯୋଗ

5/11/2020 at 7:55 AM

ଜୟପୁର ୫।୧୧: ଚାକିରୀ କରେଇ ଦେବା ନାଁରେ କୋରାପୁଟ ଜିଲ୍ଲାରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ବିଶେଷ କରି କରୋନା ମହାମାରୀ ଯୋଗୁଁ ଅନେକ ଲୋକ ରୋଜଗାର ହରାଇଥିବାରୁ ଏହି ଲୁଟେରା ଗ୍ୟାଙ୍ଗର ଟାର୍ଗେଟରେ ବେକାର ଯୁବକ ଯୁବତୀ । ୨ ମାସ ତଳେ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ବିଭିନ୍ନ ସରକାରୀ ଅଫିସରେ ଚାକିରୀ କରେଇ ଦେବା ନାଁରେ ଅନେକ ଯୁବକ ଯୁବତୀଙ୍କୁ ଏହି ଲୁଟେରା ଗ୍ୟାଙ୍ଗ୍ ଠକିଥିବା ଅଭିଯୋଗ ହୋଇଥିଲା ।

ଏମିତି ଏକ ଲୁଟେରା ଗ୍ୟାଙ୍ଗ୍ ଜୟପୁର ଆକାଶବାଣୀ କେନ୍ଦ୍ରରେ ଚାକିରୀ କରାଇ ଦେବା ନାଁରେ ଲୋକଙ୍କୁ ନକଲି ଜଏନିଂ ଲେଟର ବାଣ୍ଟୁଥିବା ଅଭିଯୋଗ ହୋଇଛି । ଏପରି ଘଟଣା ସାମ୍ନାକୁ ଆସିବା ପରେ ଜୟପୁର ଆକାଶବାଣୀ କେନ୍ଦ୍ର ତରଫରୁ ଥାନାରେ ମାମଲା ଦାୟର ହୋଇଛି । ଜୟପୁର ଆକାଶବାଣୀ କେନ୍ଦ୍ରରେ ଚାକିରୀ କରାଇ ଦେବା ନାଁରେ ଦୁର୍ବୃତ୍ତମାନେ ପୂର୍ବରୁ ବି ପ୍ରଲୋଭିତ କରୁଥିବା ଅଭିଯୋଗ ହୋଇ ଆସୁଛି । ସେପଟେ ଅଭିଯୋଗ ଆଧାରରେ ଜୟପୁର ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts