Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

ବିବାହ ପରେ ଏନ.ଆର.ଆଇ ଯୁବକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟି ଯୁବତୀ ଫେରାର : ଶାଦି ଡଟ୍ କମ୍ ଜରିଆରେ ହୋଇଥିଲା ବାହାଘର

21/07/2020 at 6:04 PM

ବଠିଣ୍ଡା ୨୧/୭: ଫିଲ୍ମରେ ଆପଣ ଅଧିକାଂଶ ସମୟରେ ଚୋରଣୀ ବୋହୂକୁ ​ଦେଖିଥିବେ,କିନ୍ତୁ ପଞ୍ଜାବର ବଠିଣ୍ଡାରେ ଏପରି ଘଟଣା ସତରେ ହୋଇଛି। ଏଠାକାର ଦୟାଳୁପୁରା ପୋଲିସ୍ ଏକ ଏପରି ଘଟଣାର ପର୍ଦ୍ଦାଫାଶ କରିଛି,ଯିଏ ଏନ୍.ଆର.ଆଇ ଯୁବକଙ୍କୁ ନିଜ ଜାଲରେ ଫସାଇ ବିବାହ କରି ତାଙ୍କୁ ଲୁଟି ଫେରାର ହୋଇଯାଇଛି। ଏହି ମାମଲାରେ ପୋଲିସ୍ ଅଭିଯୁକ୍ତ ମୋହାଲିର ଜଣେ ଯୁବତୀ ଏବଂ ଜୁଏଲର ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ ଭୋଡ଼ିପୁରା ଗାଁର ଜଣେ ଏନ.ଆର.ଆଇ ଯୁବକ କହିଛନ୍ତି ଯେ ସେ ୨୦୦୮ମସିହାରେ ଷ୍ଟୁଡେଣ୍ଟ ଭିସାରେ ଅଷ୍ଟେଲିଆ ଯାଇଥିଲେ,ସେଠାରେ ସେ ୨୦୧୨ମସିହାରେ ବିଦେଶୀ ଯୁବତୀଙ୍କୁ ବିବାହ କରିଥିଲେ ଏବଂ ୨୦୧୮ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା। ପୀଡ଼ିତ ଯୁବକଙ୍କ କହିବା ଅନୁସାରେ ଭାରତକୁ ଆସି ସେ ଶାଦି ଡଟ୍ କମ୍ ଜରିଆରେ ଜଣେ ପଞ୍ଜାବୀ ଯୁବତୀ କୁଲଦୀପ କୌରଙ୍କ ସହ ଯୋଗାଯୋଗ କରିଥିଲେ। କଥା ବିବାହ ଯାଏଁ ପହଞ୍ଚିଥିଲା। ୨୦୨୦ମସିହା ଫେବୃୟାରୀ ୧୯ତାରିଖରେ ସେମାନେ ବିବାହ କରିଥିଲେ, ଯାହା ପରେ ସେ ଭୋଡ଼ିପୁରାରେ ଆସି ରହିଥିଲେ।

ବିବାହ ପରେ ଯୁବତୀ ତାଙ୍କଠୁ ଟଙ୍କା ଦାବି କରି ଆସୁଥିଲା। ଚାଲାକ ବୋହୂ ନିଜକୁ ସିବିଆଇ ଇନସ୍ପେକ୍ଟର କହି ତାଙ୍କୁ ମିଛ କେସରେ ଫସାଇ ଦେବା ଧମକ ଦେଇ ତାଙ୍କଠୁ ଟଙ୍କା ଲୁଟିବାକୁ ଲାଗିଥିଲା। ଯୁବକ ବିରୋଧ କରିବାରୁ ସେ ପରିବାର ଲୋକଙ୍କୁ ଧମକ ଦେଇଥିଲା। ଯୁବତୀ ନିଜ ବନ୍ଧୁ ଦୀପ ଜୁଏଲର୍ସ ସହ ମିଶି ତାଙ୍କଠୁ ୫ଲକ୍ଷ ଟଙ୍କା ଲୁଟି ରାତାରାତି ଫେରାର ହୋଇଯାଇଥିଲା।

   Related Posts