ଓଡିଶା ଜୁନିଅର କ୍ରିକେଟ୍‌ରେ କେଳେଙ୍କାରୀ ! ଟଙ୍କା ନଦେଲେ ଟିମ୍‌ରେ ନାହିଁ ସ୍ଥାନ

Published By : Prameya-News7 Bureau | August 14, 2019 IST

କଟକ ୧୪|୮: ଟଙ୍କା ନଦେଲେ ଟିମ୍‌ରେ ସ୍ଥାନ ନାହିଁ । ଓଡ଼ିଶା ଜୁନିଅର କ୍ରିକେଟ୍‌ରେ ଏଭଳି କେଳେଙ୍କାରୀ ଏବେ ପଦାକୁ ଆସିଛି । ଓଡ଼ିଶା ଜୁନିଅର କ୍ରିକେଟ୍‌ର ଜଣେ ଖେଳାଳିଙ୍କୁ ମଧ୍ୟସ୍ଥି ଜରିଆରେ ଏଭଳି ଅର୍ଥ ମଗାଯାଉଥିବା ସଂପର୍କିତ ଏକ ଅଡିଓ ପଦାକୁ ଆସିଛି ।

ଟିମ୍‌ରେ ଭର୍ତ୍ତି ହେବାର ସୁଯୋଗ ପାଇଁ ଚାଲିଛି ଆର୍ଥିକ ଦେଣନେଣ କଥାବାର୍ତ୍ତା । ଖେଳାଳିଙ୍କ ସହ ସବୁକିଛି ଡିଲ୍ ଫୋନ୍‌ରେ କରାଯାଉଛି । ଯାହାର ପ୍ରମାଣ ପ୍ରମେୟ ନ୍ୟୁଜ୍ ସେଭେନ୍ ହାତରେ ଲାଗିଛି ।  ଯାହା ପ୍ରମାଣିତ କରୁଛି ଓଡ଼ିଶା କ୍ରିକେଟର ସ୍ଥିତି କେତେ ନିମ୍ନସ୍ତରକୁ ଗଲାଣି । ଆଉ କ୍ରିକେଟ୍ ଯୋଗ୍ୟତାର ମାପ କାଠି ହୋଇ ରହିନି । ଖେଳାଳି ଚୟନର ମାଧ୍ୟମ ପାଲଟିଛି ଅର୍ଥ ।

କେବଳ ଟଙ୍କା ନୁହେଁ ଓଡ଼ିଶା କ୍ରିକେଟ୍ ସହ ଜଡିତ ଥିବା କିଛି ବ୍ୟକ୍ତିଙ୍କୁ ଖୁଆଇ ପିଆଇ ଏମିତି ବିଭିନ୍ନ ଉପହାର ଦିଆନିଆ କରି ଖେଳାଳିଙ୍କୁ ଚୟନ କରାଯାଉଛି । ଯିଏ ନଦେଇ ପାରୁଛି ପ୍ରତିଭା ଥିଲେ ବି ତାକୁ ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.