ଅଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି କାର୍ଯ୍ୟାଦେଶ, ପଲିଥିନ ତଳେ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି ଯୋଗ୍ୟ ହିତାଧିକାରୀ

Published By : Prameya-News7 Bureau | December 23, 2019 IST

ଜଗତସିଂହପୁର ୨୩।୧: ଧରାଧରି କରି ସରକାରୀ ଆବାସ ନେଇଥିଲେ ଅଯୋଗ୍ୟ ହିତାଧିକାରୀ । ଧରପଗଡ଼ ପରେ ଟଙ୍କା ଫେରସ୍ତ କରିଥିଲେ ଅଯୋଗ୍ୟ ହିତାଧିକାରୀ । ତେବେ ପୁଣି ଥରେ  ସେହି ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଛି କାର୍ଯ୍ୟାଦେଶ । ଏଣେ ପଲିଥିନ ତଳେ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି ଅନେକ ଯୋଗ୍ୟ ହିତାଧିକାରୀ । ପ୍ରତିବାଦ କଲେ ମିଳୁଛି ଧମକ ।

{"id":201628,"sizeSlug":"large"}

ପ୍ରଧାନମନ୍ତ୍ରୀ ଆବାସ ହେଉ ବା ବିଜୁ ପକ୍କା ଘର । ଧରାଧରି କଲେ ସବୁ  ମିଳିବ । ଯୋଗ୍ୟ ଅଯୋଗ୍ୟର ବାଛ ବିଚାର ନାହିଁ । ତିର୍ତୋଲ କୋଷ୍ଟି ମଲ୍ଲିକାପୁରରେ ସରକାରୀ ଆବାସ ଯୋଜନାରେ ଦୁର୍ନୀତି । ବର୍ଷେ ତଳେ କିଛି ଅଯୋଗ୍ୟ ହିତାଧିକାରୀଙ୍କୁ  ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ  ମିଳିଥିଲା । ଏମାନଙ୍କ ଭିତରେ ଅନେକ କୋଠା ଘର ଅଛି ।  ସ୍ବାମୀ-ସ୍ତ୍ରୀ ଓ ବାପ ପୁଅ ଉଭୟଙ୍କ ନାମରେ ମଧ୍ୟ ଦୁଇ ଦୁଇଟି ଘର ମିଳିଥିଲା । ଏମାନଙ୍କୁ କାର୍ଯ୍ୟାଦେଶ ଦିଆଯିବା ସହ  ପ୍ରଥମ କିସ୍ତିରେ ୫୦ ହଜାର ଟଙ୍କା ଲେଖାଏଁ ଉଠାଇ ଘର କାମ ଆରମ୍ଭ କରିଥିଲେ ଏମାନେ  ।

{"id":201629,"sizeSlug":"large"}

ତେବେ ଦୁର୍ନୀତି ସଂପର୍କରେ ଜଣାପଡ଼ିବ ପରେ  ପ୍ରଶାସନ ପକ୍ଷରୁ  ତଦନ୍ତ ହେଲା । ଏହାସହ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ନେଇଥିବା   ଟଙ୍କା ରିକଭରୀ ବି ହେଲା । ହେଲେ  ତିନି ଚରି ମାସ ଯାଇଛି କି ନାହିଁ  ପୁଣି ଏଇ ଅଯୋଗ୍ୟ ହିତାଧିକାରୀଙ୍କୁ ମିଳିଲା କାର୍ଯ୍ୟାଦେଶ ।  ଗାଁ ଲୋକେ ପଚାରିବାରୁ ଦାୟିତ୍ବରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବ।ହୀ ଅଧିକାରୀ ଧମକ ଚମକ ଦେଉଛନ୍ତି ।  

{"id":201630,"sizeSlug":"large"}

ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ଘର ଖଣ୍ଡିଏ ପାଇଁ ଅପେକ୍ଷା କରି ଦୁର୍ଦିନରେ କାଳ କାଟୁଛନ୍ତି । କିଏ ଭଙ୍ଗା ଦଦରା ଚଳିଆରେ ମୁଣ୍ଡ ଗୁଞ୍ଜିଛି ତ ଆଉ କିଏ ଚିରା ଫଟା ପଲିଥିନ ଘେରାଇ ତା ଭିତରେ ପରିବାର ସହ ଆଶ୍ରୟ ନେଇଛି । ଘର ଖଣ୍ଡିଏ ପାଇଁ ବାରମ୍ବାର ସରପଚଂଙ୍କଠାରୁ ଆରମ୍ଭ କରି ଅନେକ ପ୍ରଶାସନିକ ଅଧିକାରୀଙ୍କୁ ନେହୁରା ହେଲେ ବି ଫଳ ଘର ଶୂନ ।  ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିଥିଲେ ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.