ଜମି କିଶମ ପରିବର୍ତ୍ତନରେ ଜାଲିଆତି ଅଭିଯୋଗ, ଦେବ ଜମିବ୍ୟକ୍ତି ବିଶେଷଙ୍କ ନାମକୁ ହୋଇଛି ପରିବର୍ତ୍ତିତ

Published By : Prameya-News7 Bureau | November 09, 2021 IST

ବାଲିପାଟଣା ୯।୧୧: ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ଜମିର କିଶମ ପରିବର୍ତ୍ତନରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଦେବ ଜମିକୁ ଜାଲିଆତି କରାଯାଇ ବ୍ୟକ୍ତି ବିଶେଷଙ୍କ ନାମକୁ ପରିବର୍ତ୍ତିତ କରାଯାଇଛି । ବାଲିଅନ୍ତା ତହସିଲ ଅନ୍ତର୍ଗତ ନାଗପୁର ଶାସନ ମୌଜାରେ ଥିବା ଖାତା ନମ୍ବର ୪୧୪, ପ୍ଲଟ୍ ନମ୍ବର-୫୭୦ ଶ୍ରୀ ଗୋପାଳ ଦେବ ବିଜେ ମାର୍ଫତ ଶ୍ରୀନିବାସ ଦାସଙ୍କ ନାମରେ ରେକର୍ଡ ଥିଲା । ମାତ୍ର ତହସିଲଦାର ଉକ୍ତ ଜମିକୁ ଖାତା ୪୪୪/୩୭୪ରେ ସଂଜୟ କୁମାର ଦାଶ ଏବଂ ବିଜୟ କୁମାର ଦାଶଙ୍କ ନାମକୁ ପରିବର୍ତ୍ତନ କରିଛନ୍ତି ।

ସରକଣା ମୌଜାରେ ଥିବା ଖାତା ୫୮୧, ପ୍ଲଟ-୨୩୫୮ଜମି ଉପରେ ଜମିବାଡି ସଂକ୍ରାନ୍ତୀୟ ମାମଲା ମାନ୍ୟବର ନ୍ୟାୟାଳୟର ରୁଲ୍ ଅଛି । ମାତ୍ର ଚଞ୍ଚକତା କରାଯାଇ ଉକ୍ତ ପ୍ଲଟକୁ ଜମିର ପ୍ରକୃତ ମାଲିକଙ୍କ ଅଜାଣରେ ବିକ୍ରି କବଲା କରାଯାଇଛି । ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଏସବୁ ଜାଲିଆତିରେ ସଂପୃକ୍ତି ଥିବା ମହୁଖଣ୍ଡା ଗ୍ରାମର ତାପସ କୁମାର ଜେନା ଅଭିଯୋଗ ଆଣିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.