ଏବେବି କାର୍ଡ ପାଇବାରୁ ବଞ୍ଚିତ ନିର୍ମାଣ ଶ୍ରମିକ, ଅନେକ ଅଯୋଗ୍ୟ ହିତାଧିକାରୀ ଚଞ୍ଚକତା କରି କାର୍ଡ଼ ହାତେଇଥିବା ଅଭିଯୋଗ

Published By : Prameya-News7 Bureau | August 30, 2019 IST

ଭଦ୍ରକ ୩୦|୮: ଭଦ୍ରକ ଜିଲ୍ଲାରେ ମୋଟ ୮୧ହଜାର ୨ଶହ ୬୩ଜଣ ନିର୍ମାଣ ଶ୍ରମିକ କାର୍ଡ଼ ପାଇଛନ୍ତି । ସେଥିମଧ୍ୟରୁ ୧୫ହଜାର ୭୫ଜଣ ହେଉଛନ୍ତି ମହିଳା । ଏବେ ବି ଅନେକ ନିର୍ମାଣ ଶ୍ରମିକ କାର୍ଡ଼ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଅନେକ ଅଯୋଗ୍ୟ ଚଞ୍ଚକତା କରି କାର୍ଡ଼ ହାତେଇଥିବା ଅଭିଯୋଗ ହେଉଛି । ଯାହାର ଉପଯୁକ୍ତ ତଦନ୍ତ ହେଲେ ପ୍ରକୃତ ତଥ୍ୟ  ସାମ୍ନାକୁ ଆସିପାରନ୍ତା ।

{"id":151002}

ଏମାନେ ସମସ୍ତେ ହେଉଛନ୍ତି ଭଦ୍ରକ ଜିଲ୍ଲାର ନିର୍ମାଣ ଶ୍ରମିକ । ହେଲେ ଏମାନଙ୍କୁ ସରକାରୀ ଯୋଜନାରେ ମିଳିନି ନିର୍ମାଣ ଶ୍ରମିକ କାର୍ଡ଼ ।  ଜିଲ୍ଲାରେ ନିର୍ମାଣ ଶ୍ରମିକ କାର୍ଡ଼ ପାଇଥିବା ୮୧ହଜାର ଶ୍ରମିକଙ୍କ ଭିତରେ ଏମାନଙ୍କ ନାଁ ନାହିଁ । ସେମାନଙ୍କ ଅଭିଯୋଗ ଯେଉଁମାନେ ନିର୍ମାଣ ଶ୍ରମିକ ଭାବେ କାମ କରୁଛନ୍ତି ତାଙ୍କୁ କାର୍ଡ଼ ମିଳୁନି, ହେଲେ କିଛି ଅଯୋଗ୍ୟ ଚଞ୍ଚକତା କରି କାର୍ଡ଼ ହାତେଇ ନେଇଛନ୍ତି ।

{"id":151003}

କୃଷକଙ୍କ ପାଇଁ ହୋଇଥିବା କାଳିଆ ଯୋଜନା, ଏବଂ ଗରିବ ଗୁରୁବାଙ୍କ ପାଇଁ ହୋଇଥିବା ରାସନ କାର୍ଡ଼ ଯୋଜନା ଭଳି ଭଦ୍ରକ ଜିଲ୍ଲାରେ  ନିର୍ମାଣ ଶ୍ରମିକ ଯୋଜନାରେ ମଧ୍ୟ ଅନେକ ଅଯୋଗ୍ୟ ହିତାଧିକାରୀ କାର୍ଡ଼ ହାତେଇଥିବା ଅଭିଯୋଗ ହେଉଛି । ଏସବୁକୁ ଯାଂଚ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରନ୍ତା ବୋଲି ଅନେକ ଅନୁଭବ କରୁଛନ୍ତି ।

{"id":151004}

ଜିଲ୍ଲାରେ ନିର୍ମାଣ ଶ୍ରମିକଙ୍କ ପାଇଁ ହୋଇଥିବା ଯୋଜନାରେ ଶ୍ରମିକମାନଙ୍କୁ  ଏପର୍ଯ୍ୟନ୍ତ ମୋଟ ୨୭କୋଟି ୭୮ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ହେଲେ ଏହି ଟଙ୍କା ପ୍ରକୃତ ନିର୍ମାଣ ଶ୍ରମିକଙ୍କ ଖାତାକୁ ଯାଇଛି ନା’ କେହି ଅଯୋଗ୍ୟ ମଧ୍ୟ ଏହାର ଫାଇଦା ଉଠାଇଛନ୍ତି ତାକୁ ନେଇ ସାଧାରଣରେ ସଂଦେହ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.