ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘୋଟାଲା : ହିତାଧିକାରୀ ଚୟନରେ ଚଞ୍ଚକତା ଅଭିଯୋଗ

Published By : Prameya-News7 Bureau | October 26, 2019 IST

ଆଠଗଡ ୨୬।୧୦: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ପ୍ରକିୟାରେ ଚଞ୍ଚକତା କରିଛନ୍ତି ସରକାରୀ ବାବୁ । ରାଜନେତା ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛନ୍ତି ସାଧାରଣ ଗରିବ ହିତାଧିକାରୀ । ପ୍ରକୃତ ହିତାଧିକାରୀମାନେ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ବ୍ଲକ୍ ଘେରାଉ କରି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

{"id":174896}

କଟକ ଜିଲ୍ଲା ବଡ଼ମ୍ବା ବ୍ଲକରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଏପରିକି ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି । ସେପଟେ ବାରମ୍ବାର ଅଭିଯୋଗ ପରେ ଏବେ ଆକ୍ସନ ମୋଡ୍ ରେ ରାଜ୍ୟ ସରକାର । ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ତଦନ୍ତ ପରେ ବଡ଼ମ୍ବା ବିଡ଼ିଓ ସଦାନନ୍ଦ ସେଠୀ, ଉପାଧ୍ୟକ୍ଷ ସଦାନନ୍ଦ ସ୍ଵାଇଁ ଓ ଶଙ୍ଖାମାରୀ ସରପଞ୍ଚ ଫକୀର ସେଠୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ସୁପାରିଶ କରିଛନ୍ତି ତଦନ୍ତକାରୀ ଟିମ୍ ।

{"id":174897}

ସେହି ଅନୁସାରେ କଟକ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି ପଞ୍ଚାୟତିରାଜ ବିଭାଗ । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୦୯ ଲାଗୁ ହୋଇପାରିବ ବୋଲି କହିଛନ୍ତି ଆଇନଜୀବୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.