Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ନକଲି ଚେକ୍‌ରେ ଟଙ୍କା ହଡପ, ମହିଳାଙ୍କ ଆକାଉଣ୍ଟରୁ ୬ଲକ୍ଷ ୮୨ହଜାର ଟଙ୍କା ଉଠାଇନେଲେ ଯୁବକ

9/12/2019 at 8:23 AM

ବରଗଡ ୯।୧:  ବରଗଡ଼ ଏସଡିସିସି ବ୍ୟାଙ୍କର ଗୋଟିଏ ନମ୍ବରର ଦୁଇଟି ଚେକ୍ ଗୋଟିଏ ଅସଲି ଅନ୍ୟଟି ନକଲି । ନକଲି ଚେକରେ ଉଠିଲା ଟଙ୍କା । ବ୍ୟାଙ୍କ କର୍ମଚାରୀ ମଧ୍ୟ ନକଲି ଚେକକୁ ଚିହ୍ନି ନପାରି, ନକଲି ଚେକରେ ୬ଲକ୍ଷ ୮୨ହଜାର ଟଙ୍କା ଦେଇଦେଲେ ଚୋରକୁ । ଅନ୍ୟପଟେ ଏସଡିସିସି ବ୍ୟାଙ୍କ ନିଜ ଚେକକୁ କିପରି ଚିହ୍ନି ନପାରି କ୍ଲିୟର କରି ଟଙ୍କା ଦେବାକୁ ଅନୁମତି ଦେଲେ ? ଏତେ ବଡ଼ ଅଙ୍କର ଅର୍ଥକୁ ବିନା ପ୍ୟାନ୍ ନମ୍ବର ଓ ବିନା ଯାଞ୍ଚରେ କିପରି ଦିଆଗଲା ସେନେଇ ଉଠିଛି ପ୍ରଶ୍ନ । ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ବରଗଡ଼ ଏଲହାବଦ ବ୍ୟାଙ୍କରୁ ଭଟଲି ଥାନା ନିବାସୀ ଅପରାଜିତା ମିଶ୍ରଙ୍କ ଏସଡିସିସି ବ୍ୟାଙ୍କର ଆକାଉଣ୍ଟରୁ ନବୀନ କୁମ୍ଭାର ନାମକ ଜଣେ ଯୁବକ ଚଞ୍ଚକତାର ସହିତ ନକଲି ଚେକ୍ ମାଧ୍ୟମରେ ୬ ଲକ୍ଷ ୮୨ ହଜାର ଟଙ୍କା ଉଠାଇ ନେଇଛନ୍ତି ।

   Related Posts