ଏସଏଚଜି ସଦସ୍ୟଙ୍କୁ ଋଣ ଲୋଭ ଦେଖାଇ ଟଙ୍କା ଆଦାୟ ଅଭିଯୋଗ, ୪ ଗିରଫ

Published By : Prameya-News7 Bureau | November 14, 2019 IST

କଳାହାଣ୍ଡି ୧୪।୧୧: କଳାହାଣ୍ଡିରେ ଋଣ ଲୋଭ ଦେଖାଇ ଟଙ୍କା ଆଦାୟ ଅଭିଯୋଗ ହୋଇଛି । ଏସଏଚଜି ସଦସ୍ୟଙ୍କୁ ଋଣ ଲୋଭ ଦେଖାଇ ୫ଶହ ଟଙ୍କା ଲେଖାଁଏ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ଭବାନୀପାଟଣା ଟାଉନ ଥାନାରେ ଏତଲା ଦାୟର କରାଯାଇଛି ।

{"id":183778,"sizeSlug":"large"}

ମନ୍ଦାର ବଗିଚାପଡା ସ୍ଥିତ ଇଗ୍ରାମ କେନ୍ଦ୍ରରେ ଚଢାଉ କରିଛି ପୋଲିସ । ଥାନାରେ କର୍ମଚାରୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂସ୍ଥା ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ୪ଜଣଙ୍କୁ ଗିରଫ କରିଥିବା ବେଳେ ମାଷ୍ଟର ମାଇଣ୍ଡ ଫେରାର ହୋଇଯାଇଛି । ଗିରଫ ୪ଜଣ ମନ୍ଦାରବଗିଚା ପଡା ଇ.ଗ୍ରାମ ସଂସ୍ଥାର କର୍ମଚାରୀ ସୋନୁ ତାଣ୍ଡି, ତର୍ନୁଜୟ ଭୋଇ, ଲକ୍ଷ୍ମୀ ତାଣ୍ଡି, ସନାତନ ସା । ମାଷ୍ଟର ମାଇଣ୍ଡ ଦୀନବନ୍ଧୁ ବେହେରା ଫେରାର ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦ଏସଏଚଜି ମହିଳାଙ୍କଠାରୁ ଟଙ୍କା ଆଦାୟ ଅଭିଯୋଗ ମିଳିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଟଙ୍କା ଆଦାୟ ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.