ସରପଞ୍ଚଙ୍କ ମନମୁଖୀ କାମ ଓ ପଞ୍ଚାୟତ ଟଙ୍କାରୁ ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗ

Published By : Prameya-News7 Bureau | April 22, 2021 IST

ଜଳେଶ୍ବର ୨୨।୪: ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟକଳାପ ଓ ପଞ୍ଚାୟତ ଟଙ୍କାରୁ ଲକ୍ଷାଧିକ ଟଙ୍କା ସରପଞ୍ଚ ହଡ଼ପ କରିଥିବା  ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ସାଉଡି ଗ୍ରାମ ପଞ୍ଚାୟତର ସରପଞ୍ଚ ରଞ୍ଜିତ ଟୁଙ୍ଗ ପଞ୍ଚାୟତର ବହୁ ଅନିୟମିତତା ସହିତ ଲକ୍ଷାଧିକ ଟଙ୍କା ହଡପ ବିରୋଧରେ ୱାର୍ଡ ସଭ୍ୟ ଓ ଗ୍ରାମବାସୀମାନେ ପ୍ରଶାସନ ଠାରୁ ନିରାଶ ହୋଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିବା ଏବଂ ମାନ୍ୟବର ହାଇକୋର୍ଟ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ବେଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ୱାର୍ଡ ସଭ୍ୟ ଏବଂ କିଛି ଗ୍ରାମବାସୀ  ପ୍ରକାଶ କରିଛନ୍ତି  ।  ସରପଞ୍ଚ ଟୁଙ୍ଗ ବିନା ପଲ୍ଲୀସଭାରେ ସମସ୍ତ କାର୍ଯ୍ୟ କରିବା ସହିତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଦିନକୁ ୩ ହଜାର ଟଙ୍କା ଖର୍ଚ୍ଚରେ ପଞ୍ଚାୟର ବିଭିନ୍ନ ଗ୍ରାମକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା ଥିବାବେଳେ କୌଣସି ଗ୍ରାମକୁ ପାଣି ଯୋଗାଯାଉ ନ ଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ। ପଞ୍ଚାୟତର କୃଷକ ସାଥୀ ନିଯୁକ୍ତିରେ ମଧ୍ୟ ବ୍ୟାପକ ଅନିୟମିତତା କରିଛନ୍ତି। ଅଙ୍ଗନୱାଡି ପାଇଁ ଜିନିଷ କିଣାରେ ବି ଅର୍ଥ ଆତ୍ମସାତ କରିଛନ୍ତି । ପଞ୍ଚାୟତର ବିଭିନ୍ନ ସ୍ଥାନରେ  ଡ୍ରାଇଷ୍ଟୋନ ପେଚିଙ୍ଗ କାର୍ଯ୍ୟ ନ କରି ୬ ଲକ୍ଷ ଟଙ୍କାର ବିଲ୍ ଉଠା ଯିବାର ଖବର ପାଇ ସଦଦ୍ୟମାନେ ସୂଚନା ଅଧିକାର ଆଇନ ଆଧାରରେ ତଥ୍ୟ  ମାଗିଥିଲେ।  ପରେ ଏହି ଟଙ୍କା ପୁଣି ପଞ୍ଚାୟତ ଜମାଖାତାରେ ଜମା କରିଥିଲେ । ତେବେ ଗ୍ରାମବାସୀଙ୍କ ସମସ୍ତ ଅଭିଯୋଗକୁ ସରପଞ୍ଚ ମିଛ ଓ ମନ ଗଢା ବୋଲି କହିଛନ୍ତି । କିଛି ବିରୋଧୀ ପଞ୍ଚାୟତର ବିକାଶକୁ ସହି ପାରୁନଥିବା ଏବଂ ସେମାନଙ୍କ ଇଚ୍ଛା ମୁତାବକ କାମ କରୁ ନଥିବାରୁ ଏପରି ମିଛ ଅଭିଯୋଗ କରିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.