Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଶସ୍ତା ଆଶାରେ ହେଲେ ହିନସ୍ତା : ୧୫ଶହ ଲୋକଙ୍କଠୁ ୧୫ଲକ୍ଷ ଟଙ୍କା ଠକି କମ୍ପାନୀ ଫେରାର, କାଗଜପତ୍ରରେ ପୁରା ଜାଲି

6/10/2020 at 3:29 PM

ଜୟପୁର ୬।୧୦: କରୋନା ମହାମାରୀ ସମୟରେ ମହାଠକେଇ । ଜଣେ କି ଦୁଇ ଜଣ ନୁହେଁ ଏକା ଥରକେ ୧୫ଶହ ଲୋକଙ୍କଠାରୁ ୧୫ଲକ୍ଷ ଟଙ୍କା ଠକି ନେଲା କମ୍ପାନୀ । ଜୟପୁରର ଅନ୍ନପୂର୍ଣ୍ଣା ଟ୍ରେଡର୍ସ ବିରୋଧରେ ଏପରି ଅଭିଯୋଗ ଆସିଛି ।

କରୋନା କଟକଣା ସମୟରେ ଲୋକଙ୍କୁ ଶସ୍ତା ଦରରେ ଗ୍ରୋସେରୀ ସାମଗ୍ରୀ ଘରେ ପହଞ୍ଚାଇବା ଓ ଏହି ସଂସ୍ଥାରେ ଲୋକଙ୍କୁ ଚାକିରୀ ଦେବା ନାଁରେ ଏହି ଠକେଇ ହୋଇଛି । ଲୋକଙ୍କଠାରୁ ଏତେ ପରିମାଣରେ ଟଙ୍କା ନେଇ ନା କର୍ମଚାରୀ ଦରମା ପାଇଲେ ନା ଲୋକେ ପାଇଲେ ଗ୍ରୋସେରୀ ସାମଗ୍ରୀ ।

ରାତି ଅଧିଆ ଅଫିସ ବନ୍ଦ କରି କମ୍ପାନୀ କର୍ତ୍ତୃପକ୍ଷ ଛୁ ମାରିଲେ । ଆଉ ଏବେ ଟଙ୍କା ଫେରସ୍ତ ପାଇବା ପାଇଁ ଠକାମୀର ଶୀକାର ହୋଇଥିବା ବ୍ୟକ୍ତି ଜୟପୁର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

   Related Posts