ସାହସ ଦେଖାଇ ଫାଇନ୍ ଦେଲେ ସ୍ପାଇଡର୍ ମ୍ୟାନ୍, ଅପରାଧିକ ମାମଲା ବି ଲଢିବେ

Published By : Prameya-News7 Bureau | October 02, 2020 IST

ବର୍ଲିନ୍, ୦୨ ।୧୦:   ଫ୍ରାନ୍ସର ସ୍ପାଇଡର ମ୍ୟାନ୍ ଭାବେ ପରିଚିତ ଆଲେନ୍ ରବର୍ଟଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ସେ ଏକ ନୂଆ ରେକର୍ଡ ସ୍ଥାପନା କରିଥିଲେ ମଧ୍ୟ ଏବେ ଫାଇନ୍ ଗଣିବେ । ରବର୍ଟ ନିକଟରେ ଜର୍ମାନୀ ଫ୍ରାଙ୍କଫର୍ଟରେ ଏକ ୧୬୬ ମିଟରର କୋଠାରେ ଚଢିଥିଲେ । ଏଥିପାଇଁ ଏବେ ତାଙ୍କୁ ଫାଇନ୍ ଦେବାକୁ ପଡିବ ।

ରବର୍ଟ ଏକ ରୁପେଲି ରଙ୍ଗର ପୋଷାକ ପିନ୍ଧି ଏହି କୋଠାରେ ଚଢ଼ିଥିଲେ ।ଏହାସହ ପାଦରେ ମଧ୍ୟ କଳା ରଙ୍ଗର ଜୋତା ପରିଧାନ କରିଥିଲେ । ଏତି ସହଜରେ ସେ କୋଠା ଉପରକୁ ଚଢିଯାଇଥିଲେ । ସ୍ପାଇଡରମ୍ୟାନ୍ ଭାବେ ପରିଚିତ ରବର୍ଟଙ୍କ ଏହି ସାହସିକ କାମ ସମସ୍ୟା ସୃଷ୍ଟି କରିଛି ।

ସ୍ଥାନୀୟ ପୋଲିସ ରବର୍ଟଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି । ଫ୍ରାଙ୍କଫର୍ଟ ପୋଲିସ କହିଛି ଯେ, ରବର୍ଟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜଣେ ଅଧିକାରୀ ରବର୍ଟଙ୍କ ବିରୋଧରେ କେସ୍ କରିଥିଲେ । ଏଥିପାଇଁ ତାଙ୍କୁ ଫାଇନ୍ ମଧ୍ୟ ଦେବାକୁ ପଡିବ । ଏପରିକି ସେ ବିନା ଅନୁମତିରେ ସେହି ବିଲ୍ଡିଂର ଭିଡିଓ ସୁଟ୍ କରିଥିଲେ । ଏଥିପାଇଁ ସେ ଡ୍ରୋନ୍ କ୍ୟାମେରାର ସହାୟତା ମଧ୍ୟ ନେଇଥିଲେ ।

ତେବେ ରବର୍ଟ ଜର୍ମାନୀର ନୁହଁନ୍ତି । ସେ ଜଣେ ବିଦେଶୀ । ତେବେ ରବର୍ଟଙ୍କୁ ସମସ୍ତେ ଜାଣନ୍ତି । ସେ ପୂର୍ବରୁ ମଧ୍ୟ ଏପରି ସାହସିକ କାମ ପ୍ରଦର୍ଶନ କରିଛନ୍ତି । ପୂର୍ବରୁ ମଧ୍ୟ ସେ ବିବାଦରେ ଫସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.