ଏକ କ୍ରିକେଟ୍ ଖେଳାଳୀର ଜୀବନ କେବଳ ପଡ଼ିଆ ଯାଏଁ ସୀମିତ ନଥାଏ ବରଂ ସେ ଦେଶ ଓ ସମାଜ ପାଇଁ ବହୁତ କିଛି କରିପାରେ। ଏପରି ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟ ଅଧିନାୟକ ଫ୍ରାଙ୍କ ଓ୍ବାରେଲ। ୫୧ଟି ଟେଷ୍ଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଟିମର ଅଧିନାୟକତ୍ବ କରୁଥିବା ଫ୍ରାଙ୍କ ଓ୍ବାରେଲଙ୍କ ମୃତ୍ୟୁ ମାତ୍ର ୪୨ବର୍ଷ ବୟସରେ ହୋଇ ଯାଇଥିଲା। କିନ୍ତୁ ସେ ଯିବାବେଳେ ଏପରି ଇଚ୍ଛାପତ୍ର ଛାଡ଼ିଯାଇଥିଲେ ଯାହା ଓ୍ବେଷ୍ଟଇଣ୍ଡିଜ ଟିମକୁ ବହୁତ ଆଗକୁ ଯିବାର ବାଟ ଦେଖାଇଥିଲା।
{"id":110816,"width":595,"height":298}ଓ୍ବାରେଲ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମର ପ୍ରଥମ କୃଷ୍ଣକାୟ ଅଧିନାୟକ ହୋଇଥିଲେ। ୧୯୬୦ମସିହା ପୂର୍ବରୁ ଓ୍ବେଷ୍ଟଇଣ୍ଡିଜରେ କେବଳ ଶ୍ବେତକାୟଙ୍କ ରାଜୁତି ଚାଲିଥିଲା। କୃଷ୍ଣକାୟଙ୍କୁ କୈାଣସି ଦାୟିତ୍ବ ଦିଆଯିବାକୁ ମଧ୍ୟ ସେଠାରେ ଯୋଗ୍ୟ ବିଚାର କରାଯାଉନଥିଲା। ସେଠାରେ କେତେକ ଖବରକାଗଜରେ କ୍ୟାମ୍ପେନ୍ ଦିଆଯାଉଥିଲା ଯେ ଓ୍ବାରେଲଙ୍କୁ ଅଷ୍ଟେଲିଆ ସହ ମ୍ୟାଚ ବେଳେ ଅଧିନାୟକତ୍ବ ଦିଆଯାଉ।
{"id":110817,"width":595,"height":579}୧୯୬୦ରୁ ୬୧ମଧ୍ୟରେ ଓ୍ବାରେଲଙ୍କୁ ଅଧିନାୟକ କରାଯାଇଥିଲା। ଏହି ମହାନ କ୍ରିକେଟର କେବେବି ପଛକୁ ଫେରି ଚାହିଁନଥିଲେ। ବିରୋଧୀ ଦଳର ଟିମଠୁ ଆରମ୍ଭ କରି ନିଜ ଦେଶର ଖେଳାଳୀମାନେ ଫ୍ରାଙ୍କ ଓ୍ବାରେଲଙ୍କ ଖେଳ ଏବଂ ଅଧିନାୟକତ୍ବକୁ ଖୁବ୍ ପ୍ରଶଂସା କରିଥିଲେ।
{"id":110819,"width":594,"height":379}ନାରୀ କାଣ୍ଟେ୍ରକ୍ଟରଙ୍କ ଦେହରେ ବଲ୍ ବାଜିଥିଲା ଏବଂ ଫ୍ରାଙ୍କ ଓ୍ବାରେଲ ହସ୍ପିଟାଲ ଯାଇ ରକ୍ତଦାନ କରିଥିଲେ। ଫ୍ରାଙ୍କ ଓ୍ବାରେଲଙ୍କୁ ନେଇ ଏକ ଘଟଣା ଭାରତ ସହିତ ଜଡ଼ିତ। ଯେତେବେଳେ ୧୯୬୨ମସିହାରେ ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଆ ଗସ୍ତରେ ଯାଇଥିଲା ସେତେବେଳେ ଭାରତୀୟ କ୍ୟାପଟେନ୍ ନାରୀ କଣ୍ଟ୍ରାକ୍ଟର ବ୍ୟାଟିଙ୍ଗ୍ କରୁଥିବାବେଳେ ଚାର୍ଲି ଗ୍ରିଫିଟଙ୍କ ବାଉନସରରେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କର ଅପରେସନ ହୋଇଥିଲା। ଫ୍ରାଙ୍କ ଓ୍ବାରେଲ ହସ୍ପିଟାଲ ପହଞ୍ଚି ତାଙ୍କୁ ରକ୍ତଦାନ କରିଥିଲେ। ସେଦିନଠୁ କୋଲକାତାର ଇଡେନ ଗାଡ଼େନରେ ସେହି ଦିନକୁ ଫ୍ରାଙ୍କ ଓ୍ବାରେଲ ଡେ ଭାବେ ପାଳନ କରାଯାଇଥାଏ ,ଏବଂ ସେହି ଦିନ ବହୁତ ବ୍ଲଡ ଡୋନେସନ କ୍ୟାମ୍ପ ଲଗାଯାଇଥାଏ।
{"id":110820,"width":595,"height":399}ସେ କ୍ରିକେଟ ବି ଛାଡ଼ିନଥିଲେ ତାଙ୍କୁ ଜାମାଇକାରେ ସିନେଟର ବଛା ଯାଇଥିଲା। ସେ ଦୁଇ ବର୍ଷ ଯାଏଁ ସିନେଟର ରହିଲେ। ସେ ଓ୍ବେଷ୍ଟଇଣ୍ଡିଜ କ୍ରିକେଟକୁ ଏକଜୁଟ ରଖିଥିବା ମଣିଷ ଭାବେ ଗଣା ଯାଉଥିଲେ। ଅନେକ ଦ୍ବୀପକୁ ଏକଜୁଟ କରି ଓ୍ବେଷ୍ଟଇଣ୍ଡିଜ ଟିମ୍ ବନାଇବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କର ଏହି ଭୂମିକାକୁ ଦେଖି ବାରବେଡୋସ୍ ନିଜ ଡାକ ଟିକେଟ ଏବଂ କରେନ୍ସି ନୋଟରେ ଫ୍ରାଙ୍କ ଓ୍ବାରେଲଙ୍କ ଫଟୋ ଛାପିଥିଲା। ସେଠାକାର ୫ଡଲାର ନୋଟରେ ତାଙ୍କ ଫଟୋ ଛପିଥିଲା। ଏବେ ତାଙ୍କ ନାଁରେ ଅଷ୍ଟେଲିଆ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟ୍ରଫି ଖେଳା ଯାଇଥାଏ।