IPL ରେ ବିଦ୍ରୋହର ପ୍ରସ୍ତୁତି, ନିଜ କାର୍ଯ୍ୟକାଳରେ ପ୍ରଥମ ଥର ମୁସ୍କିଲରେ ପଡିଲେ BCCI ସଭାପତି ସୌରଭ ଗାଙ୍ଗୁଲି

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬।୦୩- ଭାରତୀୟ କ୍ରିକେଟ୍ ଦଳରେ ସବୁଠୁ ପସନ୍ଦର ଅଧିନାୟକ ମଧ୍ୟରେ ଥିବା ସୌରଭ ଗାଙ୍ଗୁଲି ଗତ ବର୍ଷ ବିସିସିଆଇର ସଭାପତି ପଦ ସମ୍ଭାଳିଥିଲେ। ତେବେଠୁ ନେଇ ଏ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆକୁ ପ୍ରଥମ ପିଙ୍କ୍ ବଲ୍ ଟେଷ୍ଟ ଖେଳାଇଛନ୍ତି। ଘରୋଇ କ୍ରିକେଟରଙ୍କୁ ଆର୍ଥିକ ମଜବୁତି ଦେଇଛନ୍ତି। ଚାରି ଦେଶର ସୁପର ସିରିଜ୍ ଲାଗି ଆଇସିସିକୁ ପ୍ରସ୍ତାବ ଦେଇଛନ୍ତି। ମାତ୍ର ଏବେ ବିସିସିଆଇ ସଭାପତିଙ୍କୁ ନିଜର କାର୍ଯ୍ୟକାଳରେ ସବୁଠୁ ବଡ ମୁସ୍କିଲର ସାମ୍ନା କରିବାକୁ ପଡିଛି। ଖାସ୍ କଥା ଏହା ଯେ, ଗାଙ୍ଗୁଲିଙ୍କ ପାଇଁ ଏହି ଚ୍ୟାଲେଞ୍ଜ ଦୁନିଆର ସବୁଠୁ ବଡ କ୍ରିକେଟ୍ ଲିଗ୍ ଆଇପିଏଲକୁ ନେଇ ରହିଛି।

ଆଉ କିଛି ଦିନ ପରେ ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ର ୧୩ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି ଆଉ ଏହା ମଧ୍ୟରେ ଗାଙ୍ଗୁଲି ମୁସ୍କିଲରେ ଫସି ଯାଇଛନ୍ତି। କାରଣ ଟୂର୍ଣ୍ଣାମେଣ୍ଟର ସମସ୍ତ ଆଠ ଫ୍ରାଞ୍ଚାଇଜି ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି। ଏହାର କାରଣ ବିସିସିଆଇ ଟୂର୍ଣ୍ଣାମେଣ୍ଟର ପୁରସ୍କାର ରାଶି ୫୦ ପ୍ରତିଶତ କମ କରିବା ରହିଛି। ବିସିସିଆଇର ନୂତନ ନୀତି ପରେ ବିଜେତାଙ୍କୁ ୨୦ କୋଟି ଜାଗାରେ ୧୦ କୋଟି ଟଙ୍କା ମିଳିବ। ସେହି ପରି ବାକି ପୁରସ୍କାର ରାଶିରେ ମଧ୍ୟ ୫୦ ପ୍ରତିଶତ ହ୍ରାସ କରାଯାଇଛି। ବୋର୍ଡର ଏହି ପଦକ୍ଷେପ ପରଠୁ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ରହିଛି।

{"id":234002,"sizeSlug":"large"}

କ୍ରିକ୍ ଟ୍ରାକରର ରିପୋର୍ଟ ଅନୁସାରେ ପୁରସ୍କାର ରାଶିକୁ ନେଇ ବିସିସିଆଇ ନେଇଥିବା ଏହି ନିଷ୍ପତ୍ତି ପରେ ଆଇପିଏଲ ଫ୍ରାଞ୍ଚାଇଜି ବିଦ୍ରୋହୀ ଆଭିମୁଖ୍ୟ ଆପଣେଇଛନ୍ତି। ସମସ୍ତ ଆଠ ଫ୍ରାଞ୍ଚାଇଜି ଏହାକୁ ନେଇ ନିଜର ପତ୍ର ବିସିସିଆଇକୁ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଫ୍ରାଞ୍ଚାଇଜିଙ୍କ ଏହି ପଦକ୍ଷେପରେ  ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ମୁସ୍କିଲ  ବଢିପାରେ। ସୂତ୍ର ଅନୁସାରେ, ବିସିସିଆଇ ଏହି ନିଷ୍ପତ୍ତିର  ବିରୋଧ କରି ସମସ୍ତ ଆଠ ଫ୍ରାଞ୍ଚାଇଜି ବିସିସିଆଇକୁ ପତ୍ର ଲେଖିବା ନେଇ ଏକମତ ଅଛନ୍ତି।

ଫ୍ରାଞ୍ଚାଇଜିଙ୍କ କହିବା କଥା ପୁରସ୍କାର ରାଶି ୫୦ ପ୍ରତିଶତ ହ୍ରାସ କରିବା ପରି ବଡ ନିଷ୍ପତ୍ତି ନେବା ସମୟରେ ବିସିସିଆଇ ମାଲିକମାନଙ୍କ ସହ ଆଲୋଚନା କରିବାକୁ ଉଚିତ୍ ମଣି ନାହିଁ। ସୂତ୍ର ଅନୁସାରେ ଫ୍ରାଞ୍ଚାଇଜିଙ୍କ ସହ ଏହି ବିଷୟରେ କୌଣସି ଆଲୋଚନା କରାଯାଇ ନାହିଁ।  ବରଂ ଗଣମାଧ୍ୟମରୁ ସେମାନଙ୍କୁ  ହିଁ ଏହାର ସୂଚନା ମିଳିଛି। କେବଳ ଏତିକି ନୁହେଁ ଅଲ ଷ୍ଟାର ମ୍ୟାଚର ଯୋଜନା ବିଷୟରେ ମଧ୍ୟ ସେମାନେ ଗଣମାଧ୍ୟମରୁ ଜାଣିବାକୁ ପାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.