କରୋନାର ଦ୍ୱିତୀୟ ଲହରୀ ; ୮ଟି ବଡ଼ ସହରରେ ନାଇଟ୍‌ କର୍ଫ୍ୟୁ ଘୋଷଣା

Published By : Prameya-News7 Bureau | October 15, 2020 IST

ନୂଆଦିଲ୍ଲୀ ୧୫।୧୦: ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି । ଅନେକ ଦେଶର କରୋନା ପ୍ରକୋପ କମିଥିବା ବେଳେ ଅନେତ ଦେଶରେ ଏବେ ବି କୋଭିଡ଼ ସଂକ୍ରମଣ ବଢିଚାଲିଛି । ଯାହାକୁ ନେଇ ଅନେକ ଦେଶ ଏବେ ଚିନ୍ତାରେ ଅଛନ୍ତି । ଏପରିକି କିଛି ଦେଶରେ କରୋନା ସଂକ୍ରମଣର ୨ୟ ଲହରୀ ଆସିଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଦେଶମାନେ ପଦକ୍ଷେପ ନେବା ଆରମ୍ଭ କରିଲେଣି ।

wp:html /wp:html

ଫ୍ରାନ୍ସରେ କରୋନା ସଂକ୍ରମଣର ୨ୟ ଲହରୀ ଆସିଛି । ଯାହାକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଫ୍ରାନ୍ସ ସରକାର ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ଘୋଷଣା କରିଛନ୍ତି । ଫ୍ରାନ୍ସରେ ଏହା ୨ୟ ଥର ପାଇଁ ଲାଗୁ ହୋଇଛି । ଯାହାକି କରୋନା ସଂକ୍ରମଣକୁ ରୋକିବାରେ ସହଯୋଗ କରିବ । କରୋନା ମୁକାବିଲାକୁ ଜୋରାଦାର କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

wp:html /wp:html

ଖବର ଅନୁଯାୟୀ, ଶୁକ୍ରବାର ମଧ୍ୟରାତ୍ରିରୁ ପ୍ୟାରିସ୍‌ ଓ ଫ୍ରାନ୍ସର ୮ଟି ସହରରେ କଫ୍ୟୁ କଟକଣା କାର୍ଯ୍ୟକାରୀ କରାଯାଇଛି । ରାତି ୯ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କଫ୍ୟୁ କଟକଣା ରହିବ । ଏହାକୁ ୪ସପ୍ତାହ ପାଇଁ କାର୍ଯ୍ୟକାରୀ କରାଯିବ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ଯେପରି କରୋନା ସଂକ୍ରମଣ ଅଧିକ ନବ୍ୟାପେ , ସେଥିପାଇଁ ଏପରି କଟକଣା ନିଆଯାଇଛି ବୋଲି ସରକରାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯଦି ଏହି କଟକଣାକୁ କେହି ଭାଙ୍ଗୁଥିବାର ଦେଖିବାକୁ ମିଳେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଫାଇନ୍‌ ଆଦାୟ ହେବ ବୋଲି ଘୋଷଣା କରାଯାଇଛି ।

{"id":344678,"sizeSlug":"large"}

ଖବର ଅନୁଯାୟୀ, ଦିନକୁ ୨୦ହଜାରରୁ ଅଧିକ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ଯାହାକି କରୋନାର ୨ୟ ଲହରୀ ବୋଲି କୁହାଯାଉଛି । ଏହାପରେ ଏପରି ପଦକ୍ଷେପ ନିଆଯାଇଥିବା ରାଷ୍ଟ୍ରପତିଙ୍କ ତରଫରୁ ଘୋଷଣା କରାଯାଇଛି । ତେବେ ଏହି ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ସମୟରେ ଆମକୁ ବହୁତ କଠିନ ପଦକ୍ଷେପ ଉଠାଇବାକୁ ପଡିବ ବୋଲି ସରକାର କହିଛନ୍ତି । ଏହାପୂର୍ବରୁ କରୋନା ଭାଇରସ ବିରୋଧରେ ଲଢେଇ ପାଇଁ ମାର୍ଚ୍ଚ ମାସରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ଘୋଷଣା କରାଯାଇଥିଲା ।  ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।କିନ୍ତୁ ପ୍ରଥମ କଟକଣା ୧୦ଜୁଲାଇରେ ଶେଷ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.