Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ରାଫେଲ ବିମାନକୁ ନେଇ ଫ୍ରାନ୍ସର ବଡ ଘୋଷଣା, ଠିକ୍ ସମୟରେ ଭାରତକୁ ମିଳିଯିବ ଅର୍ଡର

24/05/2020 at 6:36 PM

ନୂଆଦିଲ୍ଲୀ ୨୪।୫: ଭାରତର ରାଫେଲ ଯୁଦ୍ଧବିମାନ କିଣା ନେଇ ଫ୍ରାନ୍ସ ରବିବାର ବଡ ବୟାନ ଦେଇଛି। ଏଥିରେ ଭାରତକୁ ଅର୍ଡର ମୁତାବକ ନିୟମିତ ସମୟରେ ଯୁଦ୍ଧବିମାନ ମିଳିଯିବ ବୋଲି କୁହାଯାଇଛି। ଫ୍ରାନ୍ସ ରାଷ୍ଟ୍ରଦୂତ ଏମାନୁୟେଲ ଲେନାଇନଙ୍କ ଅନୁସାରେ ୩୬ଟି ବିମାନ ଲାଗି ଭାରତ ରାଜିନାମା କରିଛି। ନିୟମିତ ଅନ୍ତରାଳରେ ଭାରତକୁ ଏହି ସବୁ ବିମାନ ଯୋଗାଇ ଦିଆଯିବ।

ରାଷ୍ଟ୍ରଦୂତଙ୍କ ସୂଚନା ଅନୁସାରେ ଜୁଲାଇ ଶେଷ ସପ୍ତାହ ବେଳକୁ ଭାରତକୁ ତାର ଆବଶ୍ୟକତା ମୁତାବକ ବିମାନ ଫ୍ରାନ୍ସରୁ ଯୋଗାଇ ଦିଆଯିବ। ଏଥିରେ ଜୁଲାଇ ମାସରେ ଭାରତକୁ ୪ଟି ଯୁଦ୍ଧବିମାନ ମିଳିଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତେବେ ଏହା ପୂର୍ବରୁ ମେ ଶେଷ ସୁଦ୍ଧା ଭାରତକୁ ୪ଟି ରାଫେଲ ମିଳିଯିବ ବୋଲି ଆଶା କରାଯାଉଥିଲା। ହେଲେ ଦେଶରେ କରୋନା ଭାଇରସ ଲକଡାଉନ ଯୋଗୁ ୨ ମାସ ଲାଗି ସ୍ଥଗିତ କରି ଦିଆଯାଇଥିଲା।

ମିଳିଥିବା ସୂଚନା ଅନୁସାରେ  ପ୍ରଥମ ପର୍ଯ୍ୟାୟରେ ୪ଟି ରାଫେଲ ଯୁଦ୍ଧବିମାନରୁ ୩ଟି ଟୁ ସିଟର ଟ୍ରେନର ଏୟାରକ୍ରାଫ୍ଟ ଓ ଗୋଟିଏ ସିଙ୍ଗଲ ସିଟର ଫାଇଟର ଏୟାରକ୍ରାଫ୍ଟ ଆସିବ। ଏହି ସବୁ ବିମାନ ପଞ୍ଜାବର ଅମ୍ବାଲାସ୍ଥିତ ବାୟୁସେନା ଘାଟିରେ ପହଞ୍ଚିବେ। ଜୁଲାଇ ଶେଷ ସୁଦ୍ଧା ଅମ୍ବାଲା ବାୟୁସେନା ଘାଟିକୁ ବିମାନ ସବୁ  ଆସି ସାରିଥିବେ। ଏହି ସବୁ ବିମାନ ଆରବି ସିରିଜର ହେବ ଓ ଏଥିପାଇଁ ଉଡାଣ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇସାରିଲାଣି। ରାଫେଲର ପ୍ରଥମ ବିମାନକୁ ଫ୍ରାନ୍ସ ପାଇଲଟଙ୍କ ସହ ୧୭ ଗୋଲ୍ଡେନ ଏରୋଜର କମାଣ୍ଡିଂ ଅଫିସର ଉଡାଇବେ ବୋଲି ଜଣାପଡିଛି।

   Related Posts