Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କୁ ଚାପୁଡ଼ା ମାଡ଼, ୨ ଗିରଫ

8/06/2021 at 8:00 PM

ଡ୍ରୋମ ୮।୬: ଦକ୍ଷିଣ ଫ୍ରାନ୍ସର ଡ୍ରୋମ ଗସ୍ତକାଳରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଙ୍କ ଉପରେ ଆକ୍ରମଣ ହୋଇଛି। ହୋଟେଲ ବାହାରେ ଅପେକ୍ଷାରେ ଥିବା ଲୋକଙ୍କୁ ରାଷ୍ଟ୍ରପତି ଭେଟିବାକୁ ଯିବା ସମୟରେ ଜନୈକ ବ୍ୟକ୍ତି ହାତ ମିଳାଇବା ବାହାନାରେ ତାଙ୍କୁ ଚାପୁଡା ପକାଇଛି। ମାମଲାରେ ସୁରକ୍ଷା କର୍ମୀ୨ଜଣଙ୍କୁ ଗିରଫ କରିଛନ୍ତି। ତେବେ ସେମାନେ କିଏ ଓ କାହିଁକି ଏପରି ଆଚରଣ କଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଘଟଣାକୁ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଅଗଣତାନ୍ତ୍ରିକ ବୋଲି କହିଛନ୍ତି।

କୋଭିଡ-୧୯ ମହାମାରୀରେ ଫ୍ରାନ୍ସ ଗୁରୁତର ପ୍ରଭାବିତ ହୋଇଛି। ଏଣୁ ଦେଶରେ ବିଭିନ୍ନ କଟକଣା ଜାରି ଥିବା କାଳରେ ରାଷ୍ଟ୍ରପତି ଦକ୍ଷିଣ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଏହି କ୍ରମରେ ସୋ ଡ୍ରୋମ ସହରରେ ପହଞ୍ଚିଥିବା ବେଳେ ସେଠାରେ ହୋଟେଲ ମାଲିକ ଓ ଛାତ୍ରଙ୍କ ସହ ଆଲୋଚନା କରିଥିଲେ। କୋଭିଡ-୧୯ ପରେ ଦେଶକୁ ପୁଣି କିପରି ସ୍ୱଭାବିକ କରିହେବ ସେ ନେଇ ରାଷ୍ଟ୍ରପତି ଆଲୋଚନା କରିବା ପରେ ବାହାରକୁ ଆସିବା ବେଳେ ସମର୍ଥକଙ୍କୁ ଭେଟିବା ଲାଗି ଚାଲିଯାଇଥିଲେ।

ଭିଡ ମଧ୍ୟରେ ଜନୈକ ବ୍ୟକ୍ତି ଅଚାନକ ହାତ ମିଳାଇବା ବାହାନାରେ ମେକ୍ରୋଙ୍କ ଆଡକୁ ଓହଟି ଆସି ତାଙ୍କ ଗାଲରେ ଚାପୁଡା ବସାଇ ଦେଇଥିଲା। ସୁରକ୍ଷା କର୍ମୀ ତୁରନ୍ତ ରାଷ୍ଟ୍ରପତିଙ୍କୁ ସେଠାରୁ ନେଇ ଯାଇଥିବା ବେଳେ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ  ହେବାରେ ଲାଗିଛି। ଆକ୍ରମଣକାରୀ ଜାବୁଡା ମାରିବା ବେଳେ ‘ଡାଉନ୍‌ ୱିଥ ମେକ୍ରୋନିଆ’ ବୋଲି ଜୋରରେ ଚିତ୍କାର କରୁଥିଲା।   

   Related Posts