ଫ୍ରାନ୍ସର କଡ୍ଡା ଆଭିମୁଖ୍ୟ: ଟିକା ନେଇନଥିଲେ କାଫେ, ରେଷ୍ଟୁରାଣ୍ଟ ମନା

Published By : Prameya-News7 Bureau | January 18, 2022 IST

ପ୍ୟାରିସ୍ ୧୮/୦୧: ବିଶ୍ୱବ୍ୟାପୀ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ତାଣ୍ଡବ ରଚିବାରେ ଲାଗିଛି । ସଂକ୍ରମଣର ବେଗ ଦିନକୁ ଦିନ ବୃଦ୍ଧି ପାଉଛି । ଖାସ୍ କରି ୟୁକେ, ଆମେରିକା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଆଦି ଦେଶରେ ଘରେ ଘରେ ବାହାରୁଛନ୍ତି ନୂଆ ନୂଆ ଓମିକ୍ରନ ସଂକ୍ରମିତ । ଏପରି ସ୍ଥିତିରେ ବିଭିନ୍ନ ଦେଶକୁ ଫେରିଛି କଟକଣା । ତେବେ ଏହା ଭିତରେ ଫ୍ରାନ୍ସ ସରକାର ଓମିକ୍ରନ ସହିତ ଲଢ଼ିବା ପାଇଁ ନୂଆ ଫର୍ମୂଲା ବାହାର କରିଛନ୍ତି ।

ଫ୍ରାନ୍ସ ସରକାର ଘୋଷଣା କରିଛନ୍ତି ଯେ, ଯେଉଁମାନେ କୋଭିଡ୍-୧୯ ଟିକା ନେଇନାହାନ୍ତି ସେମାନଙ୍କୁ ରେଷ୍ଟୁରାଣ୍ଟ, କାଫେ, ଖେଳ ଷ୍ଟାଡିୟମ୍ ଓ ଅନ୍ୟ ସାର୍ବଜନୀର ସ୍ଥାନରେ ପ୍ରବେଶ ନିଷେଧ । ଓମିକ୍ରନ ତଥା କୋଭିଡ୍ ମାମଲାକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ସେଠାକାର ସରକାର । ଦୈନିକ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ହସ୍ପିଟାଲ ଗୁଡ଼ିକରେ ମଧ୍ୟ ବେଡ୍ ସଂଖ୍ୟା ବଢିଛି ।

ଏଭଳି ପରିସ୍ଥିତିରେ ଟିକା ନେବା ନିହାତି ଆବଶ୍ୟକ ଯାହାଫଳରେ ଇମ୍ୟୁନିଟି ବଢ଼ିବ ଏବଂ ଭାରିଆଣ୍ଟ ସହିତ ଲଢ଼ିବା ପାଇଁ ଆଣ୍ଟିବଡି ସୃଷ୍ଟି ହେବ । ତେଣୁ ଲୋକମାନେ ଯେପରି ଅଧିକରୁ ଅଧିକ ଟିକା ନେବେ ତା ଉପରେ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ସମସ୍ତଙ୍କୁ ଟିକା ନେବାକୁ ବାଧ୍ୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.