ସୋସିଆଲ ମିଡିଆରେ ‘ଫ୍ରାନ୍ସ-24’ର Video ଭାଇରାଲ, ଦେଖନ୍ତୁ ଅଭିନେତ୍ରୀ ଓ ମଦ ସମୁଦ୍ର ମୋହରେ କିପରି ଜିହାଦୀ ହେଉଛନ୍ତି ପାକିସ୍ତାନୀ ଯୁବକ

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬।୯:  ମିଡିଆ ଫ୍ରାନ୍ସ ୨୪ର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ପାକିସ୍ତାନୀ ମଦରସାର ଯୁବ ଛାତ୍ରଙ୍କୁ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) କିପରି ଜିହାଦୀଙ୍କୁ ଆତ୍ମଘାତୀ ଆକ୍ରମଣକାରୀ ଭାବେ ପ୍ରସ୍ତୁତ କରୁଛି ସେ ସବୁର ଚିତ୍ର ରହିଛି। ଏଥିରେ ଆଉ ଆଗପରି ସେମାନଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ଶହିଦ ହେଲେ ସ୍ୱର୍ଗ ଓ ପରୀଙ୍କ କଥା କୁହାଯାଉନି,ଏବେ ବଲିଉଡ ଅଭିନେତ୍ରୀଙ୍କ ମୋହ ଦେଖାଯାଉଥିବା ଭିଡିଓରୁ ଜଣାପଡିଛି। ଯାହା ଏବେ ସମସ୍ତଙ୍କୁ ଚକିତ କରିଛି।

{"id":512712,"width":837,"height":574,"sizeSlug":"full","linkDestination":"none"}

ଜିହାଦୀ ପ୍ରଶିକ୍ଷଣ ଲାଗି ଟିଟିପିର ଉତ୍ତର ୱଜିରିସ୍ତାନରେ ପ୍ରାୟ ୩୦୦ରୁ ଅଧିକ ସେଫ୍ ହାଉସ୍ (ସୁରକ୍ଷିତ ଗୃହ) ରହିଛି। ଯେଉଁଠି ଟିଟିପି ତା ବିରୋଧରେ ଉପଯୋଗ ହୋଇଥିବା ବିଭିନ୍ନ ବସ୍ତୁର ଅନେକ ସଂଗ୍ରହାଳୟ ବି କରିଛି। ଏଥିରେ ଟିଟିପି ମଦରସାରୁ ସଂଗୃହ କରୁଥିବା ଯୁବକମାନଙ୍କୁ କିପରି ଜିହାଦ ପ୍ରଶିକ୍ଷଣ ଦେଉଛି ଓ ସେମାନଙ୍କୁ ଆତ୍ମଘାତୀ ଆକ୍ରମଣକାରୀ ହେବାକୁ ଉସକାଉଛି ତାହା ଦେଖା ଯାଉଛି। ଏଥିରେ ମଦରସାକୁ ପାଠ ପଢି ଆସିଥିବା ଗରିବ ଛାତ୍ରକୁ ଉତ୍ସାହିତ କରିବା ଲାଗି ସ୍ୱର୍ଗର ଭ୍ରମ ସୃଷ୍ଟି କରାଯାଇଛି। ଯେଉଁଠି   ଅଭିନେତ୍ରୀମାନଙ୍କ ଆକର୍ଷକ ଛବି ଲଗାଯାଇଛି। 

ଆତ୍ମଘାତୀ ଆକ୍ରମଣକାରୀ ଭାବେ ନିଜକୁ ଉତ୍ସର୍ଗ କରିବା ଲାଗି ଜିହାଦୀଙ୍କୁ ଏଠାରେ ପ୍ରୋତ୍ସାହିତ କରାଯାଉଛି। ଏଥିରେ ଯଦି ଆଦେଶ ପାଳନରେ କେହି ଶହିଦ ହୁଅନ୍ତି ସେ ସୁରା ସାଗରରେ ଭାସିଭାସି ଯାଇ ଯେଉଁଠି ଆଖି ଖୋଲିବେ ସେଠି ଏହି  ଅଭିନେତ୍ରୀମାନେ ସେମାନଙ୍କ ସ୍ୱାଗତ କରିବେ ବୋଲି ସେମାନଙ୍କୁ କୁହାଯାଉଛି। ଏହି ଭିଡିଓର ରିଟ୍ୱିଟ୍ କରିଛନ୍ତି ପାକ୍ ସାମ୍ବାଦିକ ଗୁଲ ବୁଖାରୀ । ଉଲ୍ଲେଖ କରିଛନ୍ତି ‘ଏହା ଯେତିକି ହାସ୍ୟସ୍ପଦ ତା ଠୁ ଅଧିକ ବେଦନା ଦାୟକ। ନିରିହ ଗରିବ ପିଲାଟିର ମନରେ କାଫିର ଅଭିନେତ୍ରୀ ଓ ମଦ ସମୁଦ୍ରର ଯେଉଁ ଭ୍ରମ ସୃଷ୍ଟି କରାଯାଉଛି  ତାହା ସେ ନିଜକୁ ନିଶେଷ କରିଦେଲେ ପାଇବ। ସମ୍ପୂର୍ଣ୍ଣ ଅବାସ୍ତବ ଓ ଅବାନ୍ତର କଥାରେ ପାକ୍ ସେନା ଅଧିକାରୀ କିପରି ମୋହର ଲଗାଉଛନ୍ତି ତାହା ଅଧିକ ଚିନ୍ତାଜନକ’।

wp:embed {"url":"https://twitter.com/GulBukhari/status/1437458630429888513","type":"rich","providerNameSlug":"twitter","responsive":true}
https://twitter.com/GulBukhari/status/1437458630429888513
/wp:embed

ରିପୋର୍ଟରେ କୁହାଯାଇଛି ‘ଯେପରି ତାଲିବାନ ପୁଣି ଆଫଗାନିସ୍ତାନ ଉପରେ ନିଜର ନିୟନ୍ତ୍ରଣ ହାସଲ କରିଛି ଠିକ ସେହିପରି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନକୁ ନେଇ ଯାଉଛୁ ଯେଉଁଠି ତାଲିବାନଙ୍କ ଅଧିକାଂଶ ସଦସ୍ୟଙ୍କୁ ପ୍ରାୟତଃ ଶରଣ ମିଳିଥାଏ। ଆଫଗାନିସ୍ତାନ ସୀମାରେ ଅବସ୍ଥିତ ପାକିସ୍ତାନର କବାୟଲୀ ଅଞ୍ଚଳକୁ ଦୀର୍ଘ ସମୟରୁ ମୌଳବାଦୀ ଇସ୍ଲାମିକ ଗୋଷ୍ଠୀ ଦୀର୍ଘ ସମୟରୁ ଅସ୍ଥିର କରି ରଖିଛନ୍ତି। ପାକିସ୍ତାନର ଆଇନ ଏହି ଅଞ୍ଚଳରେ ଲାଗୁ ନୁହେଁ ଏଣୁ ଏମାନେ ଦଣ୍ଡମୁକ୍ତ ହୋଇ ଏଠାରେ ବେଶ ଆରାମରେ ସେମାନଙ୍କ କାମ ଚଳାଇଛନ୍ତି ’।

{"id":512713,"width":837,"height":527,"sizeSlug":"full","linkDestination":"none"}

ଆଫଗାନ ତାଲିବାନ ମାନଙ୍କୁ ଏବେ ନିଜର ଦେଶ ମିଳିଯାଇଛି। ସେପଟେ ତେହେରିକ-ଏ-ତାଲିବା ପାକିସ୍ତାନ ଏବେ ନିଜ ମାଲିକ ପାକିସ୍ତାନ ଲାଗି ବିପଦ ପାଲଟିଯାଇଛି। ପାକିସ୍ତାନରେ ଏହି ସଙ୍ଗଠନ ଗୋଟିଏ ପରେ ଗୋଟିଏ ଆକ୍ରମଣକୁ ସଫଳ କରିବାରେ ଲାଗିଛି। ଏଠାକାର ଆତ୍ମଘାତୀ ଆକ୍ରମଣକାରୀମାନେ ପାକିସ୍ତାନରେ ଏପର୍ଯ୍ୟନ୍ତ ୬ଟି ଏହିପରି ଆକ୍ରମଣ କରିସାରିଥିବା ବେଳେ ୩୦ରୁ ଅଧିକ ପାକ୍ ସୁରକ୍ଷା କର୍ମୀ ପ୍ରାଣ ହରାଇଲେଣି। ଏଥିରେ ଟିଟିପି କଥା ବୁଝିବା ଲାଗି ପାକିସ୍ତାନର ନିବେଦନକୁ ଆଫଗାନ ତାଲିବାନ ଏବେ ମନା କରିଦେବା ଏବେ ଇମ୍ରାନଙ୍କ ଲାଗି ନୂଆ ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.