ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ ଆଗ୍ରହୀ

Published By : Prameya-News7 Bureau | September 16, 2018 IST

ଭୁବନେଶ୍ବର ୧୬|୯: ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ ଆଗ୍ରହୀ । ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲରଙ୍କ ନେତୃତ୍ବରେ ଆସିଥିବା ବାଣିଜ୍ୟିକ ପ୍ରତିନିଧି ଦଳ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ରାଜ୍ୟରେ ହୋଟେଲ୍ , ଇସ୍ପାତ, ବୈଦ୍ୟୁତିକ ଉପକରଣ, ଶକ୍ତି ଆଦି କ୍ଷେତ୍ରରେ ନିବେଶ କରିବାକୁ ଫ୍ରାନ୍ସ କମ୍ପାନିଗୁଡ଼ିକ ଆଗ୍ରହ ଦେଖାଇଛନ୍ତି । ଏହି ଅବସରରେ ଆଗାମୀ ନଭେମ୍ବରରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଯୋଗ ଦେବାକୁ ଫ୍ରାନ୍ସର କମ୍ପାନିଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.