ଫ୍ରାନ୍ସରେ କୋଭିଡ୍-୧୯ର ପଞ୍ଚମ ଲହର : ଲୋକଙ୍କୁ ସତର୍କ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ, କହିଲେ- 'ପୂର୍ବ ତୁଳନାରେ ଅଧିକ ଭୟଙ୍କର'

Published By : Prameya-News7 Bureau | November 11, 2021 IST

ପ୍ୟାରିସ୍,୧୧/୧୧:  କରୋନା ମହାମାରୀ ଥମିବାର ନାଁ ନେଉନାହିଁ । କୌଣସି ନା କୌଣସି ଦେଶରେ ଏକା କାୟା ମେଲାଇବାରେ ଲାଗିଛି । ଫ୍ରାନ୍ସରେ ଏବେ କୋଭିଡର ପଞ୍ଚମ ଲହର ଆରମ୍ଭ ହୋଇଥିବା ଖବର ମିଳିଛି । ଏନେଇ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ଫ୍ରାନ୍ସର ପଡୋଶୀ ଦେଶରେ ପଞ୍ଚମ ଲହର ଆସିଥିବା ସେ କହିଛନ୍ତି ।

ଫ୍ରାନ୍ସ ସ୍ୱାସ୍ଥ୍ୟ ମନ୍ତ୍ରୀ ଓଲିଭିୟର ବ୍ୟାରନ୍ କହିଛନ୍ତି ଯେ, ଦେଶରେ କରୋନାର ପଞ୍ଚମ ଲହର ଭଳି ସ୍ଥିତି ଦେଖିବାକୁ ମିଳିଛି । ପଡୋଶୀ ଦେଶରେ ପୂର୍ବରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ତଥ୍ୟ ଦେଖିଲେ ଏହା ପୂର୍ବ ତୁଳନାରେ ଅଧିକ ଭୟଙ୍କର ବୋଲି ଜଣାପଡୁଛି । କୋଭିଡ୍ ପ୍ରୋଟକଲ ପାଳନ ପାଇଁ ସେ ଲୋକଙ୍କୁ ନିବେଦନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସ୍ୱଚ୍ଛତା ଓ ଅଧିକରୁ ଅଧିକ ଭାକସିନ୍ ପଞ୍ଚମ ଲହରକୁ ଦୁର୍ବଳ କରିପାରିବ । ଏଠାରେ ଏବେସୁଦ୍ଧା ୭୩ ଲକ୍ଷ ୪୬ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଲକ୍ଷେରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୂଚନାଯୋଗ୍ୟ, କୌଣସି ବି ଦେଶରେ ଭାଇରସର ତୃତୀୟ ଲହର ସବୁଠାରୁ ବିପଜ୍ଜନକ ସାବ୍ୟସ୍ତ ହୋଇଛି । ଭାରତ ସମେତ ସାରା ବିଶ୍ୱ ଦ୍ୱିତୀୟ ଲହରର ଭୟାବହତାକୁ ଦେଖିଛନ୍ତି । ୟୁରୋପ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ, ଇଟାଲୀବାସୀ ଭାଇରସର ଭୟାବହତାକୁ ଅଙ୍ଗେ ନିଭାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.