ଇରାନ ଉପରେ ଆମେରିକାର ଏହି ନିଷ୍ପତ୍ତିକୁ ଫ୍ରାନ୍ସ, ବ୍ରିଟେନ୍ ଓ ଜର୍ମାନୀର ତୀବ୍ର ବିରୋଧ
31/05/2020 at 5:00 PM

ଲଣ୍ଡନ ୩୧।୦୫: ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ୍ ଶନିବାର ଅସ୍ତ୍ରଶସ୍ତ୍ର ବିକଶିତ ରୋକିବା ପାଇଁ ଡିଜାଇନ୍ ହୋଇଥିବା ଇରାନୀ ପରମାଣୁ ସାଇଟ୍ ଉପରେ କାମ କରିବାର ଅନୁମତିକୁ ସମାପ୍ତ କରିବା ଆମେରିକାର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।
ଆମେରିକା ବୁଧବାର କହିଥିଲା ଯେ, ସେ ସେହି କୋହଳକୁ ସମାପ୍ତ କରିବ, ଯେଉଁଥିରେ ରୁଷି, ଚୀନ ଓ ୟୁରୋପୀୟ କମ୍ପାନୀଙ୍କୁ ଇରାନ ପରମାଣୁ ସ୍ଥଳରେ କାମ କରିବାକୁ ଅନୁମତି ଦେଇଥିଲା। ଏବେ ଏହି ତିନି ଦେଶ କୋହଳ ସମାପ୍ତ କରିବା ଆମେରିକାର ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ମିଳିତ ଜାତି ସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ୨୨୩୧ର ଦ୍ଵାରା ସମର୍ଥିତ ଏହି ପ୍ରକଳ୍ପ ଇରାନର ପରମାଣୁ ଗତିବିଧି ଉପରେ ନଜର ରଖିବା ସହିତ ବିଶେଷ କରି ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ମାହୋଲର ଆଶ୍ଵସନା ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ପ୍ରଦାନ କରେ।
୨୦୧୫ରେ ବିଶ୍ଵ ଶକ୍ତିଙ୍କ ସହିତ ଇରାନର ପରମାଣୁ ରାଜିନାମାରେ ବିଦେଶୀ ଫର୍ମଙ୍କ ଭୂମିକା ଉପରେ ସହମତି ପ୍ରକାଶ ପାଇଥିଲା। ଏଥିରେ ଏହା ସୁନିଶ୍ଚିତ କରାଯାଇଥିଲା ଯେ, ଇରାନର ପରମାଣୁ କାର୍ଯ୍ୟକ୍ରମର ଉପଯୋଗ ଅସ୍ତ୍ର ଶସ୍ତ୍ର ତିଆରିରେ ହେବ ନାହିଁ।
ଋଣଦାତା ରୁଷ, ଚୀନ ଓ ୟୁରୋପୀୟ କମ୍ପାନୀଙ୍କୁ ଇରାନର ଅକକ ହେଭି ଓ୍ଵାଟର ରିଆକ୍ଟରର ରୂପାନ୍ତରଣ, ତେହରାନର ଏକ ରିଆକ୍ଟର ପାଇଁ ସମୃଦ୍ଧ ୟୁରେନିୟମର ପ୍ରାବଧାନ ଓ ବିଦେଶରେ ଖର୍ଚ୍ଚ ହେଉଥିବା ଇନ୍ଧନର ହସ୍ତାନ୍ତର ଉପରେ କାମ କରିବାକୁ ଅନୁମତି ଦେଇଥିଲା। ଇରାନର ପରମାଣୁ ଉର୍ଜା ସଂଗଠନ(AEOI) ଗୁରୁବାର କହିଛି, ଆମେରିକାର ନିର୍ଣ୍ଣୟ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ପ୍ରଭାବିତ କରିବ ନାହିଁ।
AEOIର ମୁଖପାତ୍ର ବେହରୁଜ କମଲଭନ୍ଦି କହିଛନ୍ତି ପରମାଣୁ ରାଜିନାମା ଆଧାରରେ ମିଳିଥିବା କୋହଳ ଶେଷ ହେଲେ ବି ଇରାନର କାମ ଉପରେ କୌଣସି ପ୍ରଭାବ ପଡିନାହିଁ। ଆମେରିକା ଚାହୁଁଛି ଯେ, ତାର କାର୍ଯ୍ୟାନୁଷ୍ଠାନ ଇରାନ ଉପରେ ଚାପ ପ୍ରୟୋଗ କରୁ। ମାତ୍ର ଏଥିରେ କିଛି ଫରକ ପଡିବ ନାହିଁ।
୨୦୧୫ ପରମାଣୁ ରାଜିନାମା ଅନୁଯାୟୀ ଇରାନ ତା ଉପରେ ଲାଗୁ ପ୍ରତିବନ୍ଧକରେ କିଛି କୋହଳ ଦିଆଗଲେ ପରମାଣୁ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଇବାକୁ ସହମତ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୮ରେ ରାଜିନାମାରୁ ଓହରି ଯାଇଥିଲେ ଏବଂ ଇରାନ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଥିଲେ। ପ୍ରତିବାଦ ସ୍ଵରୂପ ଇରାନ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ନିଷ୍ପତ୍ତିରୁ ଓହରି ଯାଇଥିଲା।