ପ୍ୟାରିସ ୨୧।୨: ଫ୍ରାନ୍ସ ସରକାର ଦେଶରେ ଥିବା ମୁସ୍ଲିମ ସ୍କୁଲ ଶିକ୍ଷକ ଓ ଇମାମଙ୍କ ଉପରେ କଡା କଟକଣା ଜାରି କରିଛନ୍ତି। ଏଭଳି ଶିକ୍ଷକଙ୍କ ଲାଗି ରାଷ୍ଟ୍ରଭାଷା ଶିକ୍ଷା ଅନିବାର୍ଯ୍ୟ କରାଯାଇଥିବା ବେଳେ ସେମାନଙ୍କୁ ରାଷ୍ଟ୍ରଭାଷାରେ ଶିକ୍ଷାଦାନ ଲାଗି କୁହାଯାଇଛି। ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି କଟକଣା ଲାଗୁ କରିବା ସହ ଦେଶର ସଂହତି ଓ ଏକତା ଲାଗି ଏହା ଅନିବାର୍ଯ୍ୟ ବୋଲି କହିଛନ୍ତି। ସେହିପରି ଅନ୍ୟ ଦେଶର ଇମାମଙ୍କ ପାଠପଢାଇବା ଉପରେ ମଧ୍ୟ ସରକାରୀ କଟକଣା ଜାରି ହୋଇଛି।
{"id":227300,"sizeSlug":"large"}ମିଳିଥିବା ସୂଚନା ଅନୁସାରେ ଫ୍ରାନ୍ସର ମୋଟ ଜନସଂଖ୍ୟା ୨୦୧୯ରେ ଥିଲା ୬.୭କୋଟି। ଏଥିରେ ଇସ୍ଲାମ ଧର୍ମାବଲମ୍ବୀଙ୍କ ସଂଖ୍ୟା ଥିଲା ୬୫ ଲକ୍ଷରୁ ଅଧିକ। ଇସ୍ଲାମ ଧର୍ମାବଲମ୍ବୀଙ୍କ ଶିକ୍ଷା ଲାଗି ଫ୍ରାନ୍ସ ସରକାର ୪ଟି ଦେଶଙ୍କ ସହ ରାଜିନାମା କରିଛନ୍ତି। ରାଜିନାମା ଅନୁସାରେ ଏହି ୪ଟି ଦେଶ ହିଁ ଫ୍ରାନ୍ସକୁ ଇମାମ ଓ ଶିକ୍ଷକ ପଠାଇପାରିବେ। ତେବେ ଚଳିତବର୍ଷ ଏହି ବୁଝାମଣା ସମାପ୍ତ ହେଉଥିବାରୁ ଆଉ ଫ୍ରାନ୍ସକୁ ବିଦେଶୀ ଶିକ୍ଷକ ଆସିବେ ନାହିଁ ବୋଲି ସରକାର ଘୋଷଣା କରିଥିବା ବେଳେ ଏବେ ଫରାସୀ ଭାଷାରେ ମୁସଲମାନ ଶିଶୁ ଶିକ୍ଷା ପ୍ରାପ୍ତ କରିବେ ବୋଲି କୁହାଯାଇଛି।
{"id":227301,"sizeSlug":"large"}ଦେଶରେ ଧର୍ମ ନାମରେ ବିଛିନ୍ନତା ଭାବ ଦେଖା ଦେଇଥିବା ରାଷ୍ଟ୍ରପତି କହିଥିବା ବେଳେ ଏଭଳି ଲୋକେ ଦେଶର ଆଇନକୁ ମଧ୍ୟ ସମ୍ମାନ କରୁନଥିବା କହିଛନ୍ତି। ଏଣୁ ଶିକ୍ଷା ନାମରେ ମୌଳବାଦ ଓ ବିଛିନ୍ନତାବାଦ ଶିକ୍ଷା ଦେଉଥିବା ଲୋକଙ୍କୁ ଏବେ ଆଉ ଦେଶରେ ପ୍ରଶୟ ମିଳିବ ନାହିଁ ବୋଲି ମାକ୍ରନ କହିଛନ୍ତି। ଫ୍ରାନ୍ସକୁ ଶିକ୍ଷକ ଓ ଇମାମ ପଠାଇବା ଲାଗି ଅଲଜିରିଆ, ଟ୍ୟୁନିସିଆ, ମରକୋ ଓ ତୁର୍କୀ ସହ ରାଜିନାମା ହୋଇଛି। ଏହି ସବୁ ଦେଶରୁ ପ୍ରତି ବର୍ଷ ୩୦୦ ଇମାମ ଫ୍ରାନ୍ସ ଆସୁଥିବା ବେଳେ ସେମାନେ ୮୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ।
{"id":227303,"sizeSlug":"large"}ତେବେ ୨୦୨୦ ମସିହାପରେ ଏହି ପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। ଏଣିକି ସରକାର ଦେଶରେ ଇସ୍ଲାମ ପିଲାଙ୍କ ଶିକ୍ଷା, ମସଜିଦମାନଙ୍କୁ ମିଳୁଥିବା ଆର୍ଥିକ ସହଯୋଗ ଓ ଇମାମ ମାନଙ୍କ ପ୍ରଶିକ୍ଷଣ ଉପରେ ଅଧିକ ଧ୍ୟାନ ଦେବେ। ଏଥିରୁ ଫ୍ରାନ୍ସର ପ୍ରତ୍ୟେକ ନାଗରିକ ଦେଶର ଆଇନକୁ ସମ୍ମାନ କରୁଛନ୍ତି କି ନା ତାହା ସୁନିଶ୍ଚିତ କରାଯିବ। ଫ୍ରାନ୍ସରେ ଆଉ ତୁର୍କିର ଆଇନ ଚଳିବ ନାହିଁ ବୋଲି ମାକ୍ରନ ସ୍ପଷ୍ଟ କରିଦେଇଛନ୍ତି।