Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

‘ଇସ୍‌ଲାମ’ ବିଧେୟକ ଘୋଷଣା କଲା ଫ୍ରାନ୍ସ, ତୁର୍କୀର ତୀବ୍ର ପ୍ରତିକ୍ରିୟା

6/10/2020 at 7:13 PM

ପ୍ୟାରିସ୍: ଫ୍ରାନସରେ ବଡୁଥିବା ଇସ୍‌ଲାମୋଫୋବିଆ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ‘ ଇସ୍‌ଲାମ ବିଲ୍’ ଘୋଷଣା କରିଛନ୍ତି। ‘ଇସ୍‌ଲାମ ଅଫ ଦି ଏନଲାଇଟମେଣ୍ଟ’ ନାମକ ଏହି ବିଧେୟକର ଚିଠାପ୍ରସ୍ତାବ ପ୍ରସ୍ତୁତ ହୋଇରହିଥିଲା। ତେବେ ତୁର୍କୀ ସହ ଉତ୍ତେଜନା ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦେଶରେ ଏହି ବିଧେୟକ ଘୋଷଣା କରିଛନ୍ତି। ଏଥିରେ ତୁର୍କୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରିଥିବା ଜଣାପଡିଛି।

ତୁର୍କୀ ବେଦେଶିକ ମନ୍ତ୍ରାଳୟ ବୟାନରେ ପ୍ରସଙ୍ଗକୁ ଫ୍ରାନ୍ସ ଭଲ ରୂପେ ଚିନ୍ତା କରୁ ବୋଲି କହିଛି। ଏହି ବିଲ ଆସିବା ପରେ ମଧ୍ୟ ଫ୍ରାନସର ସମସ୍ୟା ସମାଧାନ ହୋଇଯିବନି ବରଂ ବହୁଗୁଣିତ ହେବ ବୋଲି ତୁର୍କୀ ଚେତାଇ ଦେଇଛି। ରାଷ୍ଟ୍ରପତି ମେକ୍ରୋ ଅକ୍ଟୋବର ୪ ତାରିଖ ଦିନ ବିଧେୟକ ସମ୍ପର୍କରେ ଘୋଷଣା କରିଥିଲେ। ଏଥିରେ ବିଧେୟକକୁ ଗୃହୀତ କରିବା ଲାଗି ଡିସେମ୍ବର ୯ ତାରିଖରେ ମନ୍ତ୍ରୀପରିଷଦଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି।

ମେକ୍ରୋ କହିଛନ୍ତି ଯେ ନୂଆ ଉପାୟ ଦ୍ୱାରା ଫ୍ରାନ୍ସର ଗଣତନ୍ତ୍ର ଓ ଏହାର ମୂଳ ଆଦର୍ଶ ରକ୍ଷା କରିବା ଏବେ ସମ୍ଭବ ହୋଇପାରିବ। ଏହା ଛଡା ମୌଳବାଦ ଇସ୍‌ଲାମ ବିରୋଧରେ ମଧ୍ୟ ସଂଗ୍ରାମ ସହଜ ହେବ। ତେବେ ଫ୍ରାନ୍ସରେ ଏବେ ଇମାମମାନଙ୍କ ପ୍ରଶିକ୍ଷଣ ସରକାରଙ୍କ ପ୍ରାଥମିକତା ହେବ। ବିଦେଶୀ ଇମାମ ଫ୍ରାନ୍ସ ଆସିବେ ନାହିଁ କି ଦେଶର ଇମାମମାନଙ୍କୁ ସେମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଆଯିବନି ବୋଲି କହିଛନ୍ତି। 

ଅତୀତରେ ମେକ୍ରୋ ତାଙ୍କ ଭାଷଣରେ ସାରା ବିଶ୍ୱରେ ଇସ୍‌ଲାମ ସମାନପ୍ରକାର ସଂକଟର ସମ୍ମୁଖୀନ ହୋଇଥିବା କହିଥିଲେ। ଏହାର ଜବାବରେ ତୁର୍କି ରାଷ୍ଟ୍ରପତିଙ୍କ ମୁଖପାତ୍ର ଇବ୍ରାହୀମ କଲିନ୍ ଏକ ଟ୍ୱିଟ୍‌ କରି ଏହାର ଅର୍ଥାତ୍ ଇସ୍‌ଲାମରେ ସମସ୍ୟା ଅଛି ବୋଲି ଫ୍ରାନ୍ସ କହୁଛି ବୋଲି ଉଲ୍ଲେଖ କରିଥିଲେ। ସେ ଏହାକୁ ଏକ ବିପଦଜନକ ଓ ଉସକାଇବା ଭଳି ବୟାନ ବୋଲି ମଧ୍ୟ କହିଥିଲେ। ଏହା ଦ୍ୱାରା ଇସ୍‌ଲାମୋଫୋବିଆ ଓ ମୁସ୍ଲିମ ବିରୋଧୀ ଭାବନାକୁ ପ୍ରୋତ୍ସାହନ ମିଳିବ ବୋଲି କଲିନ ଟ୍ୱିଟ୍‌ରେ ଚେତାଇ ଦେଇଥିଲେ। 

   Related Posts