ଚାଷୀଙ୍କ ଭାରତ ବନ୍ଦରେ ହନ୍ତସନ୍ତ ଲୋକେ ସୋସିଆଲ ମିଡିଆରେ ବଖାଣୁଛନ୍ତି ଅସନ୍ତୋଷ, ଜାଣନ୍ତୁ କ’ଣ କହିଛନ୍ତି ଟିକାୟତ

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ ୨୭।୯: ଚାଷୀଙ୍କ ୨୭ ସେପ୍ଟେମ୍ବର ଭାରତ ବନ୍ଦ ଆହ୍ୱାନର ପ୍ରଭାବ ଉଣା ଅଧିକେ ସାରା ଦେଶରେ ଅନୁଭୂତ ହୋଇଛି। ବଡ଼ବଡ଼ ସହରାଞ୍ଚଳରେ ବନ୍ଦ ପାଳନ ଯୋଗୁ ସୋମବାର ଗୁରୁତର ଟ୍ରାଫିକ ସମସ୍ୟା ଉପୁଜିଛି। ଲୋକେ ଘଣ୍ଟାଘଣ୍ଟା ଟ୍ରାଫିକରେ ଫଶି ହନ୍ତସନ୍ତ ହୋଇଛନ୍ତି। ଏଣୁ ପୁଞ୍ଜିଭୂତ ଅସନ୍ତୋଷ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିପାଇଁ ଲୋକେ ଚାଷୀ ଓ ସରକାର ଉଭୟଙ୍କୁ ସମାନ ଦାୟୀ କରିଛନ୍ତି। ସେମାନେ ନିଜ ସମସ୍ୟା ଆପୋଷ ସମାଧାନ ନ କରି ଜନତାଙ୍କ ଉପରେ ଦାଉ କରୁଥିବା ଉଲ୍ଲେଖ କରୁଛନ୍ତି।

wp:embed {"url":"https://twitter.com/dtptraffic/status/1442337914407428107","type":"rich","providerNameSlug":"twitter","responsive":true}
https://twitter.com/dtptraffic/status/1442337914407428107
/wp:embed

ସୋମବାର ମିଳିତ କୃଷକମଞ୍ଚ ଆହ୍ୱାନରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ଚାଷୀ ସଡ଼କକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ଯୋଗୁ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଦିଲ୍ଲୀ-ଗୁଡଗାଓଁ ବର୍ଡରରେ କାର ଧାଡିଲାଗିଯାଇଥିଲା। କେବଳ ଏହି ବର୍ଡର ନୁହେଁ ଦିଲ୍ଲୀ ଏନସିଆରର ବିଭିନ୍ନ ମାର୍ଗରେ ସମାନ ଅବସ୍ଥା ଦେଖାଯାଇଛି। ଲୋକେ ଘଣ୍ଟାଘଣ୍ଟା ଟ୍ରାଫିକରେ ଫଶି ରହିଥିଲେ ମଧ୍ୟ ଚାଷୀ ଇଞ୍ଚେବି ହଟିନଥିଲେ।

wp:embed {"url":"https://twitter.com/MayukhDuke/status/1442047338021752833","type":"rich","providerNameSlug":"twitter","responsive":true}
https://twitter.com/MayukhDuke/status/1442047338021752833
/wp:embed

ଏ ନେଇ ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତଙ୍କୁ ପ୍ରଶ୍ନ କରାଯିବାରୁ ଲୋକେ ସମସ୍ୟାରେ ନ ପଡନ୍ତୁ ଏଥିଲାଗି ମିଳିତ କୃଷକ ମଞ୍ଚ ଅନେକ ପୂର୍ବରୁ ଆଗୁଆ ସୂଚନା ଦେଇଥିଲା ବୋଲି କହିଛନ୍ତି। ଯେଉଁଥିରେ ଲୋକଙ୍କୁ ମଧ୍ୟାହ୍ନ ପରେ ଘରୁ ପଦାକୁ ବାହାରନ୍ତୁ ବୋଲି କୁହାଯାଇଥିଲା। ହେଲେ ଲୋକେ କୃଷକଙ୍କ ଆବେଦନ ନିବେଦନ ନମାନି ରାସ୍ତାକୁ ଆସିବାକୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିବାରୁ ଦୁଃକ ପ୍ରକାଶ କରିଛନ୍ତି।

wp:embed {"url":"https://twitter.com/TheMaans/status/1442380555266379780","type":"rich","providerNameSlug":"twitter","responsive":true}
https://twitter.com/TheMaans/status/1442380555266379780
/wp:embed

ତେବେ ଚାଷୀଙ୍କ ଆନ୍ଦୋଳନ ଏତିକିରେ ଅଟକି ଯିବନି ବୋଲି ସେ କହିଛନ୍ତି। ନିଜର ଦାବି ପୂରଣ ଲାଗି ଚାଷୀ ଆବଶ୍ୟକ ପଡିଲେ ବର୍ଷବର୍ଷ ଧରି ଆନ୍ଦୋଳନ କରିପାରନ୍ତି। ଯେଉଁପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ହୁଏତ ଏଥିଲାଗି ୧୦ ବର୍ଷ ବି ଲାଗି ପାରେ ବୋଲି ସେ କହିଛନ୍ତି। ତେବେ ସୋମବାର ଉପୁଜିଥିବା ପରିସ୍ଥିତି ଜନତାଙ୍କୁ କ୍ଷୁବ୍ଧ କରିଛି।  ଏଥିଲାଗି ଲୋକେ ଚାଷୀଙ୍କୁ ଯେତିକି ଦାୟି କରିଛନ୍ତି ସରକାର ମଧ୍ୟ ଏଥିଲାଗି ସମପରିମାଣରେ ଦାୟି ବୋଲି ବିଭିନ୍ନ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/Shankarparmar99/status/1442326371498217478","type":"rich","providerNameSlug":"twitter","responsive":true}
https://twitter.com/Shankarparmar99/status/1442326371498217478
/wp:embed

ଚାଷୀ ଓ ସରକାର ମିଳିତ ସମସ୍ୟାର ସମାଧାନ ନକରି ସାଧାରଣ ଜନତାଙ୍କୁ ସେମାନଙ୍କ ମଝିକୁ ଘୋଷାଡୁଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅଣସଙ୍ଗଠିତ ଶ୍ରମିକ କଂଗ୍ରେସ ଦିଲ୍ଲୀ-ଗୁଡଗାଓଁ ଟ୍ରାଫିକ ଜାମର ଫଟୋ ସହ ଟ୍ୱିଟ୍‌ କରିଥିବା ବେଳେ ବିଭିନ୍ନ ଲୋକେ ବନ୍ଦକୁ ସମର୍ଥନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.