Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭାରତରେ ପ୍ରାୟ ୪ ଲକ୍ଷ ପିଲା Fragile X Syndrome ରେ ପୀଡ଼ିତ, ଜାଣନ୍ତୁ କ’ଣ ଏହି ବିକାର

19/06/2021 at 4:39 PM

ମୁମ୍ବାଇ ୧୯।୬ : ସାରା ବିଶ୍ୱରେ ଏବେ କୋଭିଡ-୧୯ ମହାମାରୀ ଆତଙ୍କ ରଚିଛି। ଗଣମାଧ୍ୟମ ହେଉ ଅଥବା ଲୋକେ ସମସ୍ତେ ମହାମାରୀକୁ ନେଇ ଚିନ୍ତିତ। ହେଲେ ସମସ୍ତଙ୍କ ଅଜ୍ଞାତରେ ଅନେକ ବିରଳ ରୋଗ ଓ ବିକାର ନେଇ ଏବେ ଆଲୋଚନା ବନ୍ଦ ହୋଇଯାଇଛି। ସମସ୍ତଙ୍କ ଅଲକ୍ଷରେ ଏପରି ବିକାର ଅଥବା ରୋଗରେ ଆକ୍ରାନ୍ତ ପରିବାର ଏବେ ଏକପ୍ରକାର ବାହ୍ୟଗତରୁ ବିଛିନ୍ନ ହୋଇପଡିଥିବା ଭଳି ପ୍ରତୀତ ହେଉଛି। ଏଥିରେ ଏପରି ଏକ ଦୁର୍ଲଭ ବିକାର ଯାହାକୁ ନେଇ ଏବେ ଜରୁରି ଆଲୋଚନା ଆବଶ୍ୟକ ମନେ କରାଯାଉଛି ତାହା ହେଉଛି ଫ୍ରାଜିଲ ଏକ୍ସ ସିଣ୍ଡ୍ରୋମ। ହୁଏତ ଏପରି ବିକାର ସମ୍ପର୍କରେ ଅନେକ ଜାଣିବି ନଥିବେ। ହେଲେ ଏ ନେଇ ଆଲୋଚନା ଏବେ ନିତ୍ୟାନ୍ତ ଆବଶ୍ୟକ ମନେ କରାଯାଉଛି।

ଫ୍ରାଜିଲ ଏକ୍ସ ଅନେକଙ୍କୁ ନୂଆ ଶୁଣିଲା ଭଳି ଲାଗୁଥିବ। ହେଲେ ଏହା ଆମକୁ ଉତ୍ତରାଧିକାରରେ ମିଳିଥିବା ଏପରି ଏକ ଅବସ୍ଥା ଯାହା ପିଲାଙ୍କଠାରେ ବୌଦ୍ଧିକ ଅକ୍ଷମତା ଓ ଆତ୍ମକୈନ୍ଦ୍ରିକର କାରଣ ହେବାରେ ଲାଗିଛି। ନିକଟରେ ଅଭିନେତା ବୋମନ ଇରାନୀ ତାଙ୍କ ଇଂଷ୍ଟା ପୋଷ୍ଟରେ ଅଭିଭାବକଙ୍କୁ ଫ୍ରାଜିଲ ଏକ୍ସ ସିଣ୍ଡ୍ରୋମ (ଏଫଏକ୍ସଏସ୍) ସମ୍ପର୍କରେ ସୂଚିତ କରିଥିଲେ। ଏଥିରେ ସେ ଅଭିଭାବକଙ୍କୁ ସଚେତନ ହେବା ଲାଗି ଅନୁରୋଧ କରିଛନ୍ତି।

ସେ ତାଙ୍କ ପୋଷ୍ଟରେ କେବଳ ଭାରତରେ ପ୍ରାୟ ୪ ଲକ୍ଷରୁ ଅଧିକ ପିଲା ଏହି ସିଣ୍ଡ୍ରୋମର ଶିକାର ହୋଇଥିବା ସେ ସୂଚିତ କରିଥିବା ବେଳେ ଫଲୋଅରଙ୍କୁ  ବିକାର ସଂକ୍ରାନ୍ତରେ ତୁରନ୍ତ କଥାବାର୍ତ୍ତା ଆରମ୍ଭ କରିବା ଲାଗି ପରାମର୍ଶ ଦେଇଛନ୍ତି। ପ୍ରାୟ ୫ ହଜାରରେ ଜଣେ ଏହି ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇଥିବା ଫ୍ରାଜିଲ ଏକ୍ସ ସୋସାଇଟି ଇଣ୍ଡିଆ ସଂସ୍ଥାପକ ଶାଲିନୀ କେଡିଆ କହିଛନ୍ତି। ଏଫଏକ୍ସଏସ ସାଧାରଣରେ ପିଲାଙ୍କୁ ଆକ୍ରାନ୍ତ କରୁଛି ଓ କିଛି କହିବା ଲାଗି ପିଲାଙ୍କୁ ସମୟ ଲାଗିବା ଅଥବା ସେମାନଙ୍କ କ୍ରମ ବିକାଶ ବିଳମ୍ବିତ ହେବା, ସମ୍ବେଦନ ପ୍ରକ୍ରିୟାକରଣରେ ବ୍ୟାଘାତ କିମ୍ବା ଅତିସକ୍ରିୟତାରେ ବିଳମ୍ବ ଏହାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ବୋଲି ସେ କହିଛନ୍ତି।

ମସ୍ତିଷ୍କ ବିକାଶ ଲାଗି ଆବଶ୍ୟକ ଏଫଏମଆର ପ୍ରୋଟିନର ଅଭାବ ଏଭଳି ବିକାରର ମୁଖ୍ୟ କାରଣ ହୋଇପାରେ ବୋଲି କେଡିଆ କହିଛନ୍ତି। ଏହି ସିଣ୍ଡ୍ରୋମର ଅନେକ ଲକ୍ଷଣ ଥିଲେ ହେଁ ଭାରତରେ ଏ ନେଇ ଏ ଯାଏଁ ସଚେତନତା ନାହିଁ ଅଥବା ଥିଲେ ବି ଅତ୍ୟନ୍ତ ନଗଣ୍ୟ ବୋଲି ସେ କହିଛନ୍ତି। ଏଣୁ ଇଣ୍ଡିଆନ ଆକାଡେମୀ ଅଫ ପେଡିଆଟ୍ରିକ୍ସ ସହଯୋଗରେ ଏଭଳି ଶିଶୁଙ୍କ ଚିହ୍ନଟ ଲାଗି ଅଭିଭାବକଙ୍କ ମାଧ୍ୟମରେ ତାଙ୍କ ସଂସ୍ଥା ଉଦ୍ୟମ ଆରମ୍ଭ କରିଥିବା କେଡିଆ କହିଛନ୍ତି।   

   Related Posts