ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ତିନି ତଲାକ୍‌ ଅଭିଯୋଗ ଆଣିଲେ ଚତୁର୍ଥ ପତ୍ନୀ, କହିଲେ- ପୋଷାକ ଭଳି ସ୍ତ୍ରୀ ବଦଳାଉଛନ୍ତି

Published By : Prameya-News7 Bureau | August 02, 2021 IST

ଲକ୍ଷ୍ନୌ ୦୨/୦୮: ସ୍ବାମୀଙ୍କ ବିରୋଧରେ ତିନି ତଲାକ୍‌ ଅଭିଯୋଗ ଆଣିଲେ ଚତୁର୍ଥ ପତ୍ନୀ । ଉତ୍ତରପ୍ରଦେଶରେ ସମାଜବାଦି ପାର୍ଟି ସରକାରରେ ମନ୍ତ୍ରୀ ଥିବା ଚୌଧୁରୀ ଓ୍ବାସିରଙ୍କ ଉପରେ ଏହି ଅଭିଯୋଗ ଆସିଛି । ପୂର୍ବତନ ମନ୍ତ୍ରୀଙ୍କ ଚତୁର୍ଥ ପତ୍ନୀ ନଗମାଙ୍କ ଅଭିଯୋଗ ଅନୁଯାୟୀ, ଓ୍ବାସିର ବିବାହ କରୁଥିବା ବେ​‌ଳେ ସେ ସେଠାକୁ ଯାଇଥିଲେ। ବିବାହକୁ ବିରୋଧ କରିବାରୁ ଓ୍ବାସିର ତାଙ୍କୁ ଲୋକଙ୍କ ସାମ୍ନାରେ ତିନି ତଲାକ୍‌ କହି ସେଠାରୁ ତଡ଼ିଦେଇଥିଲେ।

ଆଗ୍ରାର ଗୋବର ଚୌକରେ ରହୁଥିବା ନଗମାଙ୍କ ବିବାହ ମଣ୍ଟୋଲା କ୍ଷେତ୍ର ନିବାସୀ ଚୌଧୁରୀ ଓ୍ବାସିରଙ୍କ ସହ ୧୧ ନଭେମ୍ବର ୨୦୧୧ରେ ହୋଇଥିଲା। ବିବାହ ପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ହେବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା। ନଗମାଙ୍କ ଅଭିଯୋଗ କ୍ରମେ ଆଗ୍ରା ଏସଏସପି ଓ୍ବାସିରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି।

ସେପଟେ ଚୌଧୁରୀ ଓ୍ବାସିର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କୁ ଫସାଇବାକୁ ନଗମା ଚେଷ୍ଟା କରୁଥିବା ନେଇ ପାଲଟା ଅଭିଯୋଗ ଆଣିଛନ୍ତି। ପ୍ରଥମେ ମଧ୍ୟ ନଗମା ତାଙ୍କୁ ଫସାଇ ଜେଲ୍‌ ପଠାଇଥିଲେ ବୋଲି ଓ୍ବାସିର କହିଛନ୍ତି ।

{"id":490024,"width":621,"height":412,"sizeSlug":"full","linkDestination":"none"}

କିନ୍ତୁ ନଗମାଙ୍କ ଅନୁସାରେ ତାଙ୍କ ସ୍ବାମୀ ଓ୍ବାସିର ପୋଷାକ ବଦଳାଇଲା ଭଳି ପତ୍ନୀ ବଦଳାଉଛନ୍ତି । ଓ୍ବାସିର ପୂର୍ବରୁ ଦୁଇଟି ବିବାହ କରିଥିବା ବେଳେ ନଗମାଙ୍କୁ ତୃତୀୟ ବିବାହ କରିଥିଲେ । କିନ୍ତୁ ନଗମା ତୃତୀୟ ନୁହେଁ ବରଂ ଚତୁର୍ଥ ପତ୍ନୀ ବୋଲି ପରେ ଜଣାପଡ଼ିଥିଲା। ଏହା ବ୍ୟତୀତ ହିନ୍ଦୁ ଝିଅମାନଙ୍କୁ ବିବାହ କରିବା ପାଇଁ ମଧ୍ୟ ଓ୍ବାସିର ପ୍ରଚେଷ୍ଟା କରୁଥିବା ତାଙ୍କ ପତ୍ନୀ ନଗମା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.