ଚତୁର୍ଥ ଟେଷ୍ଟ : ଋଷଭ ପନ୍ଥଙ୍କ ଦମଦାର ଶତକ, ସୁନ୍ଦରଙ୍କ ଅର୍ଦ୍ଧଶତକ, ମଜବୁତ ସ୍ଥିତିରେ ଟିମ୍ ଇଣ୍ଡିଆ

Published By : Prameya-News7 Bureau | March 05, 2021 IST

ଅହମ୍ମଦାବାଦ ୦୫/୦୩ : ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଜାରି ରହିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌​‌ର ଦ୍ବିତୀୟ ଦିନରେ ଦମଦାର ଶତକ ହାସଲ କରିଛନ୍ତି ଋଷଭ ପନ୍ତ । ଏହା ସହିତ ନିଜ କ୍ୟାରିୟରର ତୃତୀୟ ଟେଷ୍ଟ ଶତକ ହାସଲ କରିଛନ୍ତି ପନ୍ତ । ଜୋ ରୁଟ୍‌ଙ୍କ ବଲରେ ଏକ ବିଶାଳ ଛକା ମାରି ଟେଷ୍ଟ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି ଏହି ଯୁବ କ୍ରିକେଟର । ଋଷଭ ପନ୍ତ ମୋଟ ୧୦୧ ରନ୍‌ କରି ଆଉଟ ହୋଇଛନ୍ତି । କିନ୍ତୁ ଦ୍ବିତୀୟ ଦିନ ଖେଳ ଜାରି ରହିଥିବା ବେଳେ ମଜବୁତ ସ୍ଥିତିରେ ଅଛି ଟିମ୍‌ ଇଣ୍ଡିଆ ।

wp:embed {"url":"https://twitter.com/BCCI/status/1367787593912348672","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1367787593912348672
/wp:embed

ପ୍ରଥମ ଇନିଂସରେ ଭ୍ରମଣକାରୀ ଇଂଲଣ୍ଡ ମାତ୍ର ୨୦୫ ରନ୍‌ରେ ଚିତପଟାଙ୍ଗ ମାରିଥିଲା । ଭାରତର ସ୍କୋର ୨୫୯ ଥିବା ବେଳେ ୭ମ ଓ୍ବିକେଟ୍‌ ହରାଇଛି ଦଳ । ପନ୍ତଙ୍କ ଚମତ୍କାର ଶତକୀୟ ଇନିଂସ ବଳରେ ମଜବୁତ ସ୍ଥିତିରେ ପହଞ୍ଚିପାରିଛି ଘରୋଇ ଭାରତ । ଅନ୍ୟ ପଟେ ଓ୍ବାଶିଂଟନ ସୁନ୍ଦର, ପନ୍ତଙ୍କୁ ଭରପୁର ସହଯୋଗ କରିଥିଲେ । ସୁନ୍ଦର ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିବା ସହିତ ୯୭ ବଲ ଖେଳି ୫୧ ରନ୍‌ କରି ବ୍ୟାଟିଂ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.