Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଦେଶର ୨୪ ରାଜ୍ୟରେ ଶେଷ ହେଲା ଭୋଟ, ୫ ରାଜ୍ୟ ନିର୍ଦ୍ଧାରଣ କରିବେ କେନ୍ଦ୍ରରେ କାହାର ହେବ ସରକାର

29/04/2019 at 6:50 PM

ନୂଆଦିଲ୍ଲୀ ୨୯।୪: ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ସହ ଦେଶର ୩୬ଟି ରାଜ୍ୟ ମଧ୍ୟରୁ ୨୪ଟି ରାଜ୍ୟରେ ଭୋଟ ଗ୍ରହଣ ଶେଷ ହୋଇଛି । ୫୪୭ ଲୋକସଭା ଆସନ ମଧ୍ୟରୁ ଏହିସବୁ ରାଜ୍ୟରେ ୨୭୧ଟି ପାଇଁ ମତଦାନ ହୋଇଛି । ତେବେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପୁଣି ବିଜେପି କ୍ଷମତାକୁ ଫେରିବ କି ରାହୁଲ ଗାନ୍ଧିଙ୍କ ନେତୃତ୍ବରେ କଂଗ୍ରେସ ହରାଇଥିବା କ୍ଷମତା ପୁଣି ହାସଲ କରିବ ତାହା ନିର୍ଦ୍ଧାରିତ କରିବେ ଦେଶର  ଏହି ୫ ରାଜ୍ୟ।

ଦେଶରେ ଉତ୍ତରପ୍ରଦେଶ ପରେ ସବୁଠୁ ଅଧିକ ଲୋକସଭା ଆସନ ରହିଛି ମହାରାଷ୍ଟ୍ରରେ। ଏଠାରେ ମୋଟ ୪୮ଟି ଲୋକସଭା ଆସନଥିବା ବେଳେ ଏଥିମଧ୍ୟରୁ ୩୧ଟି ଆସନ ନିମନ୍ତେ ପୂର୍ବରୁ ୩ଟି ପର୍ଯ୍ୟାୟରେ ମତଦାନ ସରିଥିଲା। ତେବେ ବାକି ୧୭ଟି ଆସନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟରେ ମତଦାନ ଶେଷହୋଇଛି । ଗତ ୨୦୧୪  ସାଧାରଣ ନିର୍ବାଚନରେ ଏଠାରୁ  ବିଜେପି ଓ ଶିବସେନା ମିସି  କଂଗ୍ରେସ ଓ ଏନସିପି ମେଣ୍ଟକୁ ପରାସ୍ତ କରିଥିଲେ।  ଏଣୁ ଚଳିତ ନିର୍ବାଚନରେ ଏଠାରେ ମୁହାଁମୁହିଁ ଟକ୍କର ହୋଇଛି ।

ମହାରାଷ୍ଟ୍ର ପଛକୁ ରହିଛି ତାମିଲନାଡୁ। ଏଠାରେ ଲୋକସଭା ଆସନ ସଂଖ୍ୟା ୩୯ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟରେ ୩୮ଟି ପାଇଁ ମତଦାନ ହୋଇସାରିଛି ।  ତେବେ କେବଳ ଭିଲୋର ଲୋକସଭା ଆସନର ଭୋଟଗ୍ରହଣ ହୋଇନାହିଁ। ଏହି ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରୁଥିବା ପ୍ରାର୍ଥୀଙ୍କ ଘରୁ ନଗଦ ଟଙ୍କା ଜବତ ହେବା ଯୋଗୁଁ ଭୋଟଗ୍ରହଣ ବାତିଲ ହୋଇଛି । ଗତ ସାଧାରଣ ନିର୍ବାଚନରେ ଏଠାରୁ ଏଆଇଡିଏମକେକୁ ୩୭, ପିଏମକେକୁ ଗୋଟିଏ ଓ ବିଜେପିକୁ ଗୋଟିଏ ଆସନ ମିଳିଥିଲା। ତେବେ ଚଳିତ ନିର୍ବାଚନରେ ଏଠାରେ ଏଆଇଡିଏମକେ ସହ ବିଜେପି ମେଣ୍ଟ କରିଥିବା ବେଳେ କଂଗ୍ରେସ ଡିଏମକେ ସହ ମେଣ୍ଟ କରି ନିର୍ବାଚନ ଲଢିଛି ।

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନର ୪୨ଟି ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନରେ ଭୋଟଗ୍ରହଣ ସରିଛି । ଯେଉଁଥିରେ ଆନ୍ଧ୍ରପ୍ରଦେଶର ୨୫ ଓ ତେଲେଙ୍ଗାନାର ୧୭ ଲୋକସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ଚଳିତ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ସରକାର ନିର୍ଦ୍ଧାରଣ କରିବାରେ ୨ ରାଜ୍ୟର ଭୋଟରଙ୍କ ନିଷ୍ପତ୍ତି ନିର୍ଣ୍ଣାୟକ ହେବ ବୋଲି ଆକଳନ କରାଯାଉଛି।

କେନ୍ଦ୍ରରେ ସରକାର ନିର୍ଣ୍ଣୟରେ ଗୁଜରାଟର ଭୂମିକା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ରାଜ୍ୟର ୨୬ ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ଶେଷ ହୋଇଥିଲା।   ଗତ ୨୦୧୪ ସାଧାରଣ ନିର୍ବାଚନରେ ଏଠାରୁ ବିଜେପି ୨୬ରୁ ୨୬ ସିଟ୍ ହାତେଇ ନେଇଥିଲା। ଚଳିତ ନିର୍ବାଚନରେ  ବିଜେପି ଓ କଂଗ୍ରେସ ମଧ୍ୟରେ ଏଠାରେ ଟକ୍କର ହୋଇଥିବା ଜଣାପଡିଛି ।

ସେହିପରି କର୍ଣ୍ଣାଟକର ୨୮ଟି ଲୋକସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣରେ ମତଦାନ ସରିଛି। ଗତ ସାଧାରଣ ନିର୍ବାନଚନରେ ଏଠାରୁ ବିଜେପି ୧୭, କଂଗ୍ରେସ ୯ ଓ ଜେଡିଏସ୍ ୨ଟି ସିଟ୍ ଜିତିଥିଲେ। ହେଲେ ଚଳିତ ନିର୍ବାଚନରେ କଂଗ୍ରେସ ଓ ଜେଡିଏସ ମିସି ବିଜେପି ପାଇଁ ଆହ୍ବାନ ସୃଷ୍ଟି କରିଛନ୍ତି ।

କର୍ଣ୍ଣାଟକ ପଛକୁ ରହିଛି  ଓଡିଶା। ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ସହ ଏଠାକାର ସମସ୍ତ ୨୧ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି । ଗତସାଧାରଣ ନିର୍ବାଚନରେ ଆଞ୍ଚଳିକ ଦଳ ବିଜେଡି ୧୯ଟି ଲୋକସଭା ଆସନ ହାତେଇ ନେଇଥିଲା। ତେବେ ଏଥର ନିର୍ବାଚନରେ ସମସ୍ତଙ୍କ ନଜର ଓଡିଶା ଉପରେ ରହିଛି । ଆସାମର୧୪ ଲୋକସଭା ଆସନ ପାଇଁ ପ୍ରାରମ୍ଭିକ ୩ଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଯାଇଛି । ଏଥର ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଛି। ପୂର୍ବୋତ୍ତରର ସମସ୍ତ ରାଜ୍ୟରେ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ସରିଯାଇଥିବା ବେଳେ ଦେଶର ୭ କେନ୍ଦ୍ର ଶାସିତ ରାଜ୍ୟଙ୍କ ମଧ୍ୟରୁ ୫ଟିର ଲୋକସଭା ନିର୍ବାଚନ ମଧ୍ୟ ସମାପ୍ତ ହୋଇଛି ।

   Related Posts