WTC Final:  ବର୍ଷା ଧୋଇ ନେଲା ଚତୁର୍ଥ ଦିନର ଖେଳ, ଗୋଟିଏ ହେଲେ ବଲ୍ ପଡିଲା ନାହିଁ

Published By : Prameya-News7 Bureau | June 21, 2021 IST

ସାଉଥମ୍ପଟନ ୨୧।୦୬:  ଆଇସିସି ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ର ଫାଇନାଲ୍ ମୁକାବିଲାରେ ବର୍ଷା ବଡ ବାଧକ ସାଜିଛି। ବର୍ଷା କାରଣରୁ ପ୍ରଥମ ଦିନ ପରି ଚତୁର୍ଥ ଦିନର ଖେଳ ମଧ୍ୟ ବାତିଲ୍ ହୋଇଛି। ସୋମବାର ଗୋଟିଏ ହେଲେ ବଲ୍ ପଡି ନାହିଁ। ତୃତୀୟ ଦିନରେ ଭାରତ ୨୧୭ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଷ୍ଟମ୍ପ ଅପସାରଣ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଚତୁର୍ଥ ଦିନ ଉଭୟ ଦଳ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ଖାସ୍ କରି ପ୍ରଥମ ସେସନ ଉପରେ ସଭିଙ୍କ ନଜର ଥିଲା।

ପ୍ରଥମ ଦିନ ବର୍ଷା ଯୋଗୁଁ ବାତିଲ୍ ହୋଇଥିଲା। ଏହା ପରେ ଦ୍ଵିତୀୟ ଦିନ ଖରାପ ଆଲୋକ ଯୋଗୁଁ ଅଧା ଖେଳ ହୋଇ ପାରିନଥିଲା। ତୃତୀୟ ଦିନ ଆଉଟ୍ ଫିଲ୍ଡ  କାରଣରୁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ  ହୋଇଥିଲା। ପୁଣି ଖରାପ ଆଲୋକ କାରଣରୁ ଶୀଘ୍ର ମ୍ୟାଚ୍ ବନ୍ଦ କରିବାକୁ ପଡିଥିଲା। ହେଲେ ବର୍ଷା କାରଣରୁ ଚତୁର୍ଥ ଦିନର ଖେଳ ବାତିଲ୍ ହୋଇଛି।

wp:html /wp:html

ଖରାପ ଆଲୋକ କାରଣରୁ ଦ୍ଵିତୀୟ ଦିନର ତୃତୀୟ ସେସନର ଅଧିକାଂଶ ଖେଳ ହୋଇ ପାରିନଥିଲା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଏବେ ବରବାଦ ଖେଳର ଭରଣା ପାଇଁ ଷଷ୍ଠ ଦିନର ଉପଯୋଗ କରିବ କାରଣ ମ୍ୟାଚ୍‌ରେ ଏ ପର୍ଯ୍ୟନ୍ତ ମାତ୍ର ୧୪୧.୧ ଓଭର ଖେଳ ସମ୍ଭବ ହୋଇ ପାରିଛି। ଯଦି ମ୍ୟାଚ୍ ଡ୍ର ରହେ ତେବେ ଦୁଇ ଦଳ ଯୁଗ୍ମ ବିଜେତା ଘୋଷିତ ହେବେ।

ତୃତୀୟ ଦିନ ଖରାପ ଆଲୋକ କାରଣରୁ ଖେଳକୁ ସମୟ ପୂର୍ବରୁ ବନ୍ଦ କରିବାକୁ ପଡିଥିଲା। କିଓ୍ଵି ଦଳ ଭାରତର ୨୧୭ ରନ ଜବାବରେ ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଦଳ ଏବେ ମଧ୍ୟ ଭାରତଠୁ ୧୧୬ ରନ ପଛରେ ଅଛି। ଅଧିନାୟକ କେନ ଓ୍ଵିଲିୟମସନ ୧୨ ଏବଂ ରସ୍ ଟେଲର ଖାତା ନଖୋଲି କ୍ରିଜରେ ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଡେଭନ କନଓ୍ଵେ ୫୪ ରନର ଦମଦାର ଇନିଂସ ଖେଳିଥିବା ବେଳେ ଟମ ଲାଥମ ୩୦ ରନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.