୧୬ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ବାର୍‌ହା, ଧାନ ଖାଇବାକୁ ଆସି ଫସିଯାଇଥିଲା

Published By : Prameya-News7 Bureau | April 19, 2020 IST

ଝାରସୁଗୁଡା ୧୯।୦୪: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର କିରିତମାଲ ଗାଁରେ କୁଅରେ ପଡିଥିବା ଏକ ବାରହା ପ୍ରାୟ ୧୬ ଘଣ୍ଟା ପରେ ଉଦ୍ଧାର କରାଯାଇଛି | ଆଜି ସକାଳୁ କିରିତମାଲ ଗାଁ ର ଦିନବନ୍ଧୁ ପ୍ରଧାନଙ୍କ ବାଡିରେ ରହିଥିବା ଏକ ଖୋଲା କୁଅରେ  ଏକ ବାରହା ପଡିଥିବା ଗାଁ ଲୋକମାନେ ଦେଖିଥିଲେ |ତୁରନ୍ତ ଗ୍ରାମବାସୀ ବାରହାକୁ ଉଦ୍ଧାର କରିବାକୁ ବନ ବିଭାଗକୁ ଖବର ଦେଇଥିଲେ |

{"id":256655,"sizeSlug":"large"}

କିନ୍ତୁ ଦୀର୍ଘ ସମଯ ଅପେକ୍ଷା ପରେ ବନ ବିଭାଗର ଅଧିକାରୀମାନେ କିରିତମାଲରେ ନ ପହଞ୍ଚିବାରୁ ଗାଁର ଯୁବକ ମାନେ ଏକାଠି ହୋଇ ନିକଟରେ ଥିବା ଦୁଇଟି ବୋରୱେଲରୁ ମଟର ଲଗାଇ କୁଅରେ ପାଣି ଭର୍ତ୍ତି କରିଥିଲେ | ପ୍ରାୟ ୪ ଘଣ୍ଟା ଧରି କୁଅରେ ପାଣି ଛାଡିବା ପରେ କୁଅଟି ଭର୍ତ୍ତି ହୋଇଥିଲା ଓ ବାରହା କୁଅରୁ ବାହାରି ଦୌଡି ପଳାଇଥିଲା | ଛତିଶଗଡ ସୀମାକୁ ଲାଗି ରହିଥିବା ଏହି ଗାଁକୁ ଅନ୍ୟ ଅଞ୍ଚଳରୁ ରବି ଧାନ ଖାଇବାକୁ ଆସିଥିବା ବାରହାଟି ଫସି ଯାଇଥିଲା ଓ ଏହା ଗତକାଲି ରାତିରୁ କୁଅ ଭିତରେ ପଡି ଛଟପଟ ହେଉଥିଲା | ଆଜି ସକାଳୁ କୁଅରୁ ବାହାରି ନିକଟସ୍ଥ ଜଙ୍ଗଲକୁ ବାରହା ଚାଲିଯାଇଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ବନ ବିଭାଗ ଅଧିକାରୀ ସେଠାରେ ନ ପହଞ୍ଚିବାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.