Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||
  • ଖଲ୍ଲିକୋଟ : ପାଖେଇ ଆସୁଛି ‘ଜଓ୍ବାଦ’, ଡଙ୍ଗା ଓ ଜାଲ ନଷ୍ଟ ହେବା ଆଶଙ୍କାରେ ମତ୍ସ୍ୟଜୀବୀ
  • ||

ବରଯାତ୍ରୀ ହୋଇ ଯାଇଥିଲେ, ଆଉ ଫେରିଲେନି ଘରକୁ : ଅଜଣା ଗାଡି ଧକ୍କାରେ ଚାଲିଗଲା ୪ ଯୁବକଙ୍କ ଜୀବନ

5/06/2021 at 1:25 PM

ଫତେହପୁର ୫।୬: ଉତ୍ତରପ୍ରଦେଶ ଫତେହପୁର ଜିଲ୍ଲାର ବିନ୍ଦକି କୋତଓ୍ବାଲି ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ବିନ୍ଦକି-ବାନ୍ଦା ରାସ୍ତାରେ ଏକ ଅଜଣା ଗାଡି ଧକ୍କା ହେବା ଫଳରେ ୪ ଯୁବକଙ୍କର ମୃତ୍ୟୁ ହୋଇଛି । ୪ ଜଣ ଯୁବକ ଗୋଟିଏ ବାଇକ୍ ରେ ଆସୁଥିଲେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଛି ।

ବିନ୍ଦକି କୋତୱାଲିର ଇନ୍ସପେକ୍ଟର ରବୀନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି ଯେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୦ଟା ସମୟରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ବାଇକ୍ ରେ ଥିବା ୪ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକମାନେ ହେଲେ କୋରଓ୍ବାଁ ଗାଁର ଅଜୟ (୧୬), ଅଖିଳେଶ (୧୭), ସନ୍ଦୀପ (୧୬) ଏବଂ ନୀରଜ (୧୯) ।

ସେ କହିଛନ୍ତି ଯେ, ଏହି ୪ ଜଣ ଯୁବକ ନିଜ ଗାଁର ବିମଲ ନାମକ ଜଣେ ଯୁବକଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଗାଜିପୁର ସହରକୁ ଯାଉଥିଲେ । ସେହି ସମୟରେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣା ସଂପର୍କରେ ପୋଲିସ ଖବର ପାଇ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡି ଏବଂ ତାର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଛି ।

   Related Posts