୪ ବର୍ଷର ଶିଶୁ ଠେଲି ଠେଲି ନେଲା ଜେଜେଙ୍କ ଷ୍ଟ୍ରେଚର, ଟଙ୍କା ନଦେବାରୁ ସରକାରୀ ଡାକ୍ତରଖାନାରେ ଏଭଳି ଦୃଶ୍ୟ, ଭିଡିଓ ଭାଇରାଲ୍

Published By : Prameya-News7 Bureau | July 20, 2020 IST

ଲକ୍ଷ୍ନୌ ୨୦।୭: କରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାର ଏକ ଡାକ୍ତରଖାନାର ଏକ ଭିଡିଓ ଭାଇରାଲ୍ ହୋଇଛି । ଯେଉଁଥିରେ ଜଣେ ନିରୀହ ଶିଶୁ ତାର ମା’ ସହିତ ଷ୍ଟ୍ରେଚରକୁ ଟାଣି ଟାଣି ନେଉଥିବାର ନଜରକୁ ଆସିଛି। ମା’ କହିଛନ୍ତି ଯେ କର୍ମଚାରୀମାନେ ଷ୍ଟ୍ରେଚର ଟାଣିବା ପାଇଁ ଟଙ୍କା ମାଗନ୍ତି, ତେଣୁ ଆମେ ନିଜେ ଏହାକୁ ଟାଣି ଟାଣି ନେଉଛୁ । ଏହି ଭାଇରାଲ୍ ଭିଡିଓ ୧୮ ଜୁଲାଇର ।

ସୋସିଆଲ ମିଡିଆରେ ଭାଇରାଲ୍ ଭିଡିଓର ଯେତେବେଳେ ଯାଞ୍ଚ କରାଯାଇଥିଲା ତାହା ସତ ବୋଲି  ପ୍ରମାଣିତ ହୋଇଥିଲା । ଏହି ଭିଡିଓରେ ଜଣେ ବୃଦ୍ଧ ଯାହାଙ୍କର ହାତ ଏବଂ ଗୋଡ ଭାଙ୍ଗିଯାଇଛି ଏବଂ ସେ ଜୁଲାଇ ୩ରୁ ଜିଲ୍ଲା ଡାକ୍ତରଖାନାର ମେଲ୍ ସର୍ଜିକାଲ ୱାର୍ଡରେ ଭର୍ତ୍ତି ହୋଇଠନ୍ତି । ତାଙ୍କୁ ଡ୍ରେସିଂ ପାଇଁ ନେବାବେଳେ ଏହି ଭିଡିଓଟି ଉତ୍ତୋଳନ କରାଯାଇଛି । ଏହି ଭିଡିଓରେ ଜଣେ ନିରୀହ ଶିଶୁ ତାଙ୍କ ଜେଜେବାପାଙ୍କୁ ଷ୍ଟ୍ରେଚର ଉପରେ ଠେଲି ଠେଲି ନେଉଥିବାର ଦେଖିବାକୁ ମିଳିଛି । ତାଙ୍କ ମା’ ମଧ୍ୟ ଷ୍ଟ୍ରେଚର ଟାଣି ଟାଣି ନେଉଛନ୍ତି ।

ଷ୍ଟ୍ରେଚର ଟାଣୁଥିବା ମହିଳା ଜଣଙ୍କ ଏକ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କ ନାମ ବିନ୍ଦୁ ଯାଦବ ଏବଂ ତାଙ୍କ ପୁଅଙ୍କ ନାଁ ଶିବମ୍ । ତାଙ୍କ ବୟସ ଚାରି ବର୍ଷ । ବିନ୍ଦୁଙ୍କ ବୃଦ୍ଧ ବାପା ଚେଡି ଯାଦବ, ଯିଏ ବାରହା ପୋଲିସ ଷ୍ଟେସନର ଗୌରା ଗ୍ରାମରୁ ଆସିଛନ୍ତି । ତାଙ୍କ ବୟସ ୬୦ ବର୍ଷ । ଜୁଲାଇ ୩ରେ ସେ ଗାଈ ଚରାଇବାକୁ ଯାଇଥିବାବେଳେ କିଛି ଲୋକ ତାଙ୍କୁ ମାଡ ମାରିବା ପରେ ତାଙ୍କ ହାତ ଓ ଗୋଡ ଭାଯାଇଥିଲା । ଜୁଲାଇ ୩ ତାରିଖରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିନ୍ଦୁ ଅଭିଯୋଗ କରିଛନ୍ତି ଯେ, ୱାର୍ଡରୁ ଡ୍ରେସିଂ ପାଇବା ପାଇଁ ତାଙ୍କୁ ପ୍ରତିଦିନ ତାଙ୍କ ବାପାଙ୍କୁ ଡ୍ରେସିଂ ରୁମକୁ ନେବାକୁ ପଡେ । କିନ୍ତୁ କୌଣସି କର୍ମଚାରୀ ତାଙ୍କୁ ନେବାକୁ ପ୍ରସ୍ତୁତ ନୁହଁନ୍ତି । ପ୍ରଥମେ ସେ ଆଧାର କାର୍ଡ ଦାଖଲ କରନ୍ତି, ତାପରେ ସେ ଏକ ଷ୍ଟ୍ରେଚର ନେଇ ବାପାଙ୍କୁ ଡ୍ରେସିଂ କରାନ୍ତି ।

ଡ୍ରେସିଂ କରିବା ପରେ ସେ ଷ୍ଟ୍ରେଚରକୁ ଜମା ଦେଇଥାନ୍ତି । ସେ ଅଭିଯୋଗ କରିଛନ୍ତି ଯେ କର୍ମଚାରୀମାନେ ଷ୍ଟ୍ରେଚର ଟାଣିବା ପାଇଁ ୩୦ ଟଙ୍କା ମାଗନ୍ତି । ଆମେ ଗରିବ, ଆମ ପାଖରେ ଟଙ୍କା ନାହିଁ । ତେଣୁ ଆମେ ଷ୍ଟ୍ରେଚରକୁ ଟାଣୁ ଏବଂ ମୋ ପୁଅ ମଧ୍ୟ ଷ୍ଟ୍ରେଚରକୁ ଠେଲିଦିଏ ।

ବିନ୍ଦୁ କହିଛନ୍ତି ଯେ ଯେତେବେଳେ ଷ୍ଟ୍ରେଚରକୁ ଟାଣୁଥିବା ଧାଇ ଆସିଥାନ୍ତି, ସେ ଟଙ୍କା ମାଗନ୍ତି କିନ୍ତୁ ଆମେ ଦେଇପାରୁନାହୁଁ । ତେଣୁ ମୁଁ ଏବଂ ମୋ ପିଲା ଷ୍ଟ୍ରେଚରକୁ ଟାଣି ନେଇଥାଉ । ଆମ ଦୁଃଖ ଶୁଣିବାକୁ କେହି ନାହାଁନ୍ତି । ଆମେ ଗରିବ, କାହାକୁ ଅଭିଯୋଗ କରିବା ଉଚିତ୍ ନୁହେଁ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.