୪ବର୍ଷର ଶିଶୁ ବାଟବଣା : ମିଳିଲା ଶବ,ଭୋକଉପାସରେ ମୃତ୍ୟୁ ଆଶଙ୍କା
14/03/2019 at 10:34 AM

ସାଗର ୧୪/୩: ମଧ୍ୟପ୍ରଦେଶର ଆବେଚନ୍ଦ ଗାଁର ୪ବର୍ଷ ଶିଶୁର ଶବ ମିଳିବା ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି। ଘରୁ ନିରୁଦ୍ଦିଷ୍ଟ ହେବାର ୧୧ଘଣ୍ଟା ପରେ ଶବ ମିଳିଛି। ପୋଲିସ୍ ଏବଂ ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ ଭୋକ ଉପାସରେ ଶିଶୁର ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ।
ଗତ ମଙ୍ଗଳବାର ଶିଶୁଟି ତା’ ବାପାଙ୍କ ପିଛା କରୁ କରୁ କ୍ଷେତ ଆଡ଼କୁ ଚାଲିଯାଇଥିଲା। ଏହି ସମୟରେ ସେ ବାଟବଣା ହୋଇଯାଇଥିଲା। ଶିଶୁଟିର ମାଆ ଭାବିଥିଲେ ତାଙ୍କ ପୁଅ କ୍ଷେତରେ ଅଛି। ଶିଶୁର ବାପା ସନ୍ଧ୍ୟାବେଳେ ଆସିବାରୁ ଶିଶୁକୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ବିଳମ୍ବିତ ରାତିରେ ଶିଶୁର ଶବ ମିଳିଥିଲା। ଆବେଚନ୍ଦ ଗାଁ ବାସିନ୍ଦା କହିଥିଲେ ତାଙ୍କ ପୁଅ ମଙ୍ଗଳବାର ଘରୁ ତା’ ବାପାଙ୍କ ପଛେ ପଛେ କ୍ଷେତ ଆଡ଼କୁ ଯାଇଥିବା ସେମାନେ ଦେଖିଥିଲେ। ଘରୁ ବାହାରିବାବେଳେ ତା ବାପା ତାକୁ ଘରୁ ଫେରାଇଦେଇଥିଲେ। ଏହାପରେ ସେ ପୁଣି ବାପା ପଛେ ପଛେ ଆସିଥିଲା ଏବଂ ବାଟବଣା ହୋଇଯାଇଥିଲା। ଏବଂ ପାଖରେ ଥିବା ଶୁଖିଯାଇଥିବା ପୋଖରୀ ନିକଟକୁ ଯାଇଥିଲା।
ଶିଶୁଟିର ବାପା କହିଥିଲେ ସେ ଯେତେବେଳେ ୫ଟାରେ ଘରକୁ ଫେରିଥିଲେ ତାଙ୍କ ପୁଅ ଅଂଶକୁ ଖୋଜିଥିଲେ ଏବଂ ତାଙ୍କ ସ୍ତ୍ରୀଙ୍କୁ ପଚାରିଥଲେ ଯେ ତାଙ୍କ ପୁଅ ଅଂଶ କାଇଁ। ତାଙ୍କ ସ୍ତ୍ରୀ କହିଲେ ଯେ ସେ ତାଙ୍କ ପଛେ ପଛେ ଯାଇଥିଲା। ତାକୁ ଖୋଜାଖୋଜି କରିବାବେଳେ ରାତି ପାଖାପାଖି ୧୨:୩୦ରେ ଟ୍ୟୁବଓ୍ବେଲ୍ ନିକଟରେ ଶିଶୁର ଶବ ମିଳିଥିଲା। ଶିଶୁର ଶରୀରରେ କୈାଣସି ଆଘାତ ଚିହ୍ନ ନାହିଁ। ପୋଲିସ୍ ତଦନ୍ତ ଜାରି ରଖିଛି।