ଖେଳୁ ଖେଳୁ ମ୍ୟାନହୋଲରେ ପଡ଼ିଗଲେ ଶିଶୁ : ଘଟଣାସ୍ଥଳରେ ମୃତ୍ୟୁ

Published By : Prameya-News7 Bureau | February 19, 2020 IST

ଫତୁହା ୧୯/୨: ଖୋଲା ନାଳରେ ୪ବର୍ଷର ଶିଶୁ ପଡ଼ିଯାଇ ମୃତ୍ୟୁବରଣ କରିଛି। ଘଟଣାଟି ମଙ୍ଗଳବାର ଅପରାହ୍ନ ୪ଟାରେ ଡୁମରି ଗାଁରେ ଘଟିଛି। ନାଳ ପାଣିରେ ବୁଡ଼ିଯିବାରୁ ଶିଶୁଟିର ମୃତ୍ୟୁ ହୋଇଛି। ପରିବାର ଲୋକେ ଦୀର୍ଘ ସମୟ ଯାଏଁ ପୁଅକୁ ନ ଦେଖିବାରୁ ତାକୁ ଖୋଜିବା ଆରମ୍ଭ କରି ଦେଇଥିଲେ। ଘର ଲୋକେ ନାଳିରେ ପଡ଼ିଯିବା ସନ୍ଦେହ କରିବାରୁ ପରିବାର ଲୋକେ ନାଳିରେ ଦେଖିଥିଲେ। ଏହା ପରେ ନାଳିରେ ପୁଅକୁ ପଡ଼ିଥିବାର ଦେଖିଥିଲେ। କିନ୍ତୁ ଶିଶୁଟିର ମୃତ୍ୟୁ ହୋଇ ସାରିଥିଲା।

ନିରୀହ ଅପେଶ ବରବିଘାର ବିପିନ ରାୟଙ୍କ ପୁତ୍ର। ଅପେଶ ନିଜ ମାଆଙ୍କ ସହ ଅଜା ଅନିଲ ରାୟଙ୍କ ଘରକୁ ଆସିଥିଲେ। ନାଳର ଗଭୀରତା ୪ଫୁଟରୁ ଅଧିକ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.