Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ଚାରି ସୁନ୍ଦରୀ ମହିଳା ଏମିତି କଣ ଇଶାରା ଦେଲେ ,ସେମାନଙ୍କୁ ଜେଲ ଭୋଗିବାକୁ ପଡ଼ିଲା -ଜାଣନ୍ତୁ ପୁରା ଖବର

6/12/2018 at 4:13 PM

ନୂଆଦିଲ୍ଲୀ;୬/୧୨-ମଣିଷ ଅନେକ ସମୟରେ ଏମିତି ଭୁଲ କାମ କରିଥାଏ ,ବେଳେବେଳେ ତା ନିଜ ପାଇଁ ମହଙ୍ଗା ପଡ଼ିଥାଏ । ସେହିଭଳି ଏକ ଘଟଣା ଘଟଛି ରାଜଧାନୀ ଦିଲ୍ଲୀରେ । ଚାରି ଜଣ ମହିଳା ସର୍ବସାଧାରଣ ସ୍ଥାନରେ ଅଶ୍ଳୀଳ ଇଙ୍ଗିତ କରି  ଲୋକମାନଙ୍କୁ ହଇରାଣ କରିବା ଦ୍ଵାରା ତାର ଶାସ୍ତି ତାଙ୍କୁ ହିଁ ଭୋଗିବାକୁ ପଡ଼ିଛି । ଶେଷରେ ଏମିତି ହୋଇଛି ସେମାନେ ପୋଲିସ ଦ୍ଵାରା ଗିରଫ ହୋଇ ଜେଲଦଣ୍ଡ ଭୋଗିବାକୁ ପଡ଼ିଛି ।

ଘଟଣାଟି ଏମିତି, ଦିଲ୍ଲୀର ରୋହିଣି ଇଲାକାର ଚାରିଜଣ ମହିଳା ଜନଗହଳି ସ୍ଥାନରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଅଶ୍ଳୀଳ ଇଙ୍ଗିତ ଦେଖାଇ ହଇରାଣ କରୁଥିଲେ । ଏମିତିକି ଅତି ଖରାପ ଅଂଗଭଂଗୀ ଦେଖାଇ ଲୋକମାନଂକୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଥିଲେ । ବାଟରେ ଯିବା ଲୋକମାନେ ଏସବୁକୁ ସହଜଭାବେ ଗ୍ରହଣ କରିପାରୁ ନ ଥିଲେ ।

ଡ଼ିସେମ୍ଵର ୩ ତାରିଖରେ ପୋଲିସ ପାଖକୁ ଏକ ଫୋନକଲ୍ ଆସିଥିଲା । ପୋଲିସ ଫୋନ ପାଇ ଠିକଣା ଜାଗାରେ ପହଁଚିଥିଲା । ସେଠାରେ ସେଇ ଚାରିଜଣ ମହିଳାଂକୁ ହିଁ  ପୋଲିସ ଠାବ କରିଥିଲା । ସେମାନଂକ ନାଁରେ ସ୍ଥାନୀୟ ଲୋକମାନେ  ଦେହ ବ୍ୟବସାୟର ଅଭିଯୋଗ ଅନେକଦିନ ହେଲା କରିଆସୁଥିଲେ । ସେଇ ଅଂଚଳରେ ମହିଳାମାନେ ଲୋକମାନଂକୁ ଦେହବ୍ୟବସାୟ ପାଇଁ ଇଙ୍ଗିତ କରିବା ସହ ହଇରାଣ ହରକତ କରୁଥିଲେ ବୋଲି ସ୍ଥାନୀୟ ଲୋକମାନେ ପୋଲିସ ଆଗରେ ପ୍ରକାଶ କରିଛନ୍ତି ।

ପୋଲିସ ମଧ୍ୟ ଅନେକଦିନ ହେଲା ସେଠାରେ ସେକ୍ସ କାରବାର ଚାଲୁଥିବାର ସୂଚନା ପାଇଥିଲା । ସ୍ଥାନୀୟଲୋକଂକ ଅଭିଯୋଗକ୍ରମେ ସେଇ ମହିଳାମାନଂକୁ ଗୋଟିଏ କୋଠରୀ ମଧ୍ୟରୁ ଉଦ୍ଧାର କରିଥିଲା । ହେଲେ ସେମାନଂକ ପାଖରୁ ସେମିତି କିଛି ସୂରାକ ମିଳିପାରି ନ ଥିଲା । କିନ୍ତୁ ସେମାନେ ସେକ୍ସ ରାକେଟରେ ସଂପୃକ୍ତଥିବା ନେଇ ପୋଲିସ ତନାଘନା କରିଥିଲା । ସେମାନେ ସାରା ଦେଶରେ ଦେହ ବେପାରର ନେଟଓ୍ଵାର୍କ ସହ  ଜଡ଼ିତ ଅଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

ସ୍ଥାନୀୟଲୋକଂକ ଅଭିଯୋଗକ୍ରମେ ସେଇ ଚାରିଜଣ ମହିଳାଂକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଦିଲ୍ଲୀରେ ବର୍ଷକୁ ୬୦୦କୋଟିରୁ ଅଧିକ ଟଂକାର ଦେହବେପାର ହେଉଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

   Related Posts