କଣ୍ଟାବାଞ୍ଝିର ୪ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ପରବର୍ତ୍ତି ଆଦେଶ ଯାଏଁ ଜାରି ରହିବ କଟକଣା

Published By : Prameya-News7 Bureau | August 05, 2020 IST

କଣ୍ଟାବାଞ୍ଝି ୦୫।୦୮: କରୋନା ନିୟନ୍ତ୍ରଣ ପାଇଁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିର ୪ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । ବଲାଙ୍ଗିର ଜିଲ୍ଲାପାଳଙ୍କ ନିଦେର୍ଶ କ୍ରମେ ସହରର ୨, ୫, ୧୦ ଓ ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ  ଜୋନ୍ ଘୋଷଣା କରାଯାଇଛି । ଏଥି ସହିତ ଏହାର ଆଖପାଖ ଅଂଚଳକୁ ବଫର ଜୋନ୍ ଘୋଷଣା କରାଯାଇଛି ।

{"id":309980,"sizeSlug":"large"}

ଏହା ପୂର୍ବରୁ ଗତକାଲି ରାତିରେ ତହସିଲଦାରଙ୍କ ଉପସ୍ଥତିରେ ଏସଡିପିଓ, ଥାନା ଅଧିକାରି, ଏନଏସି ନୋଡାଲ ଅଫୀସର ସବୁ ୱାର୍ଡକୁ ଯାଇ ଡାକବାଜୀ ଯନ୍ତ୍ର ସାହାର୍ଯ୍ୟରେ ଲୋକଙ୍କୁ ସଚେତନ କରିଥିଲେ । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ଏହି ସବୁ ୱାର୍ଡର ଲୋକ ବାହାରକୁ  ଯାଇ ପାରିବେ ନାହିଁ ଏବଂ ସେହି ୱାର୍ଡକୁ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଅତି ଜରୁରି କାମ ପଡିଲେ ପ୍ରଶାସନ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ସେହି ନମ୍ବରରେ ଯୋଗାଯୋଗ କରି ପାରିବେ ବୋଲି ମଧ୍ୟ ତହସିଲଦାର ସୁଚନା ଦେଇଛନ୍ତି ।

{"id":309981,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.