Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

WhatsApp ଉପଭୋକ୍ତାଙ୍କ ପାଇଁ ବଡ ଖବର, ଆପ୍‌ରେ ସାମିଲ ହେବ ୪ଟି ନୂଆ ଫିଚର

19/09/2020 at 4:41 PM

ନୂଆଦିଲ୍ଲୀ ୧୯।୯: ଯଦି ଆପଣ ହ୍ବାଟସଆପ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇ ବଡ ଖବର ରହିଛି । ହ୍ବାଟସଆପ୍ ରେ ୪ଟି ନୂଆ ଫିଚର ସାମିଲ ହେବାକୁ ଯାଉଛି । ଯାହାର ପରୀକ୍ଷଣ କମ୍ପାନୀ ତାର ଆପର ବିଟା ଭର୍ସନ ଏବଂ ଡେସ୍କଟପ ଭର୍ସନରେ ଆରମ୍ଭ କରିସାରିଛି । ତେବେ ଆସନ୍ତୁ ଜାଣିନେବା କଣ ଏହି ନୂଆ ଫିଚର…

ଗ୍ରୁପ୍ କଲ୍ ପାଇଁ ଅଲଗା ରିଙ୍ଗଟୋନ୍ ଚୟନ କରିବାର ସୁବିଧା

ହ୍ବାଟସଆପ୍ ଉପଭୋକ୍ତାଙ୍କୁ ଗ୍ରୁପ୍ କଲ୍ ପାଇଁ ଅଲଗା ରିଙ୍ଗଟୋନ୍ ଚୟନ କରିବାର ସୁବିଧା ଶୀଘ୍ର ଉପଲବ୍ଧ ହେବ । ଫଳରେ ଆପଣ ଫୋନ୍ ନଦେଖି ଗ୍ରୁପ୍ କଲ୍ ଆସୁଥିବା ଜାଣିପାରିବେ । କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏହା ଲାଭଦାୟକ ହେବ ।

ହ୍ବାଟସଆପ୍ ଡୁଡଲ୍ସର ସୁବିଧା

ହ୍ବାଟସଆପ୍ ରେ ଖୁବ୍ ଶୀଘ୍ର ଡୁଡଲ୍ସର ନୂଆ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଯାହା ବର୍ତ୍ତମାନ ଡେସ୍କଟପ୍ ଭର୍ସନରେ ପରୀକ୍ଷଣ କରାଯାଉଛି । ଏହି ଫିଚରକୁ ଆପ୍ ରେ ମଧ୍ୟ ସାମିଲ କରାଯିବ । ଏହା ବ୍ୟତୀତ ଆପଣ ଚାଟ୍ ରେ ବ୍ୟାକଗ୍ରାଉଣ୍ଡ ଡୁଡଲ୍ସର ବ୍ୟବହାର ମଧ୍ୟ କରିପାରିବେ ।

ନୂଆ ରୂପରେ କଲିଂ UI

ଉପଭୋକ୍ତାମାନଙ୍କ ପାଇଁ କଲିଂକୁ ନଆହୁରି ସୁବିଧାଜନକ କରିବା ପାଇଁ ଆପ୍ ରେ ନୂଆ ଇଣ୍ଟରଫେସ୍ ଦେଖିବାକୁ ମିଳିବ । ଏଥିରେ କଲ୍ ବଟନ୍ କୁ ତଳକୁ ସ୍ଥାନାନ୍ତର କରାଯିବ । ଫଳରେ କଲ୍ କରିବା ସମୟରେ ଏହା ଉପଭୋକ୍ତାଙ୍କ ପାଇଁ ସୁବିଧା ହେବ ।

ଆନିମେଟେଡ୍ ଷ୍ଟିକର

ହ୍ବାଟସଆପ୍ ରେ ଖୁବଶୀଘ୍ର ଉପଭୋକ୍ତାଙ୍କୁ ଆନିମେଟେଡ୍ ଷ୍ଟିକରର ସୁବିଧା ମିଳିବ । ଏଭଳି ସୁବିଧା ଅନ୍ୟ ଆପ୍ ଗୁଡିକରେ ଉପଲବ୍ଧ ରହିଛି । ଏହାକୁ ଦୃଷ୍ଟିରେ ରଖି ଏବେ ହ୍ବାଟସଆପ୍ ରେ ମଧ୍ୟ ଏହାକୁ ସାମିଲ କରାଯିବ । ବର୍ତ୍ତମାନ ଆପ୍ ର ବିଟା ଭର୍ସନରେ ଏହି ଷ୍ଟିକରର ପରୀକ୍ଷଣ ଚାଲୁ ରହିଛି ।

   Related Posts