ପୁରୀ ସମୁଦ୍ରରୁ ଉଦ୍ଧାର ହେଲେ ୪ ପର୍ଯ୍ୟଟକ, ଗାଧୋଇବାବେଳେ ବୁଡିଯାଉଥିଲେ
6/02/2020 at 3:10 PM

ପୁରୀ ୬।୨: ପୁରୀ ସମୁଦ୍ର ବେଳାଭୂମିର ୧୧ ନଂ ସେକ୍ଟରରେ ଗାଧୋଉଥିବା ବେଳେ ବୁଡିଯାଉଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗ ହାଓ୍ବଡା ଓ ସାନ୍ଥ୍ରାଗାଛି ଅଞ୍ଚଳର ଗୋବିନ୍ଦ ଧର, ତନଶ୍ରୀ ଧର, ବାବୁଲା ମାଲାକର ଓ ଜୁମା ମାଲାକର ।

ପୁରୀ ବୁଲିବାକୁ ଆସି ଆଜି ସକାଳେ ସେମାନେ ବେଳାଭୂମିରେ ଗାଧୋଉଥିବା ବେଳେ ଲହଡି ମାଡରେ ଭାସି ଯାଉଥିଲେ । ସେଠାରେ ମୁତୟନ ଥିବା ଅଗ୍ନିଶମ କର୍ମଚାରୀ ଓ ଲାଇଫଗାର୍ଡମାନେ ଅକ୍ଳାନ୍ତ ପରିଶ୍ରମ କରି ଉଦ୍ଧାର କରିଥିଲେ । ଉଦ୍ଧାର କରିବା ପରେ ସମସ୍ତଙ୍କର ପ୍ରାଥମିକ ଚିକତ୍ସା କରାଯାଇଛି । ଆଗକୁ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ଓ ଜୁଆରିଆ ରହିଛି ।
Related Posts
ନନ୍ଦନକାନନ: ଜଗୁଳିଆଙ୍କ ମାଡରେ ରେଞ୍ଜରଙ୍କ ପୁଅ ଆହତ
26 January 2021
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021