ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ଆତଙ୍କବାଦୀ ନିହତ, ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | March 15, 2020 IST

ଶ୍ରୀନଗର ୧୫।୦୩: ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ଆତଙ୍କବାଦୀ ନିହତ । ଜାମ୍ମୁ-କାଶ୍ମୀର ଅନନ୍ତନାଗ ଓ କୁଲଗାମ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ୍‌ ଓ ଲସ୍କରର ବୋଲି ଜଣାପଡିଛି । ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଅନନ୍ତନାଗ ଓ କୁଲଗାମ୍‌ରେ ଆତଙ୍କବାଦୀ ଲୁଚି ରହିଥିବାର ଖବର ସେନାକୁ ମିଳିଥିଲା । ସେନା ଖବର ପାଇଁ ତୁରନ୍ତ ସ୍ଥାନୀୟ ଅଞ୍ଚଳରେ ପୋଲିସ ସହାୟତା ରେ ଅପରେସନ ଆରମ୍ଭ କରିଥିଲା । ପୂରା ଅଞ୍ଚଳକୁ ସେନା ଓ ପୋଲିସ ପକ୍ଷରୁ ସିଲ୍‌ କରାଯାଇଥିଲା । ପୋଲିସ ଓ ସେନା ଘେରିଥିବା ଦେଖି ଆତଙ୍କବାଦୀଙ୍କ ପକ୍ଷରୁ ଗୁଳିମାଡ କରାଯାଇଥିଲା । ତେବେ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ସେନାର ପାଲଟା ଗୁଳିରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଥିବାର ଖବର ମିଳିଛି ।

ସେନାର ପ୍ରାଥମିକ ତଦନ୍ତ ଆଧାରରେ ନିହତ ଆତଙ୍କବାଦୀ ଲସ୍କର ଓ ହିଜ୍‌ବୁଲ୍‌ ମୁଜାହଦ୍ଦିନ୍‌ର ବୋଲି ଜଣାପଡିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରିନାହିଁ । ତେବେ ସେନାର ଏନ୍‌କାଉଣ୍ଟର ଚାଲିଥିବା ଦେଖି ସ୍ଥାନୀୟ ସେକ୍ଟରରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଛି । ତେବେ ଏହି ଦୁଇଟି ସେକ୍ଟରରେ ଅଧିକ ଆତଙ୍କବାଦୀ  ଲୁଚିରହିଥିବା ଅନୁମାନ କରାଯାଇ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.