Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁରକ୍ଷାକର୍ମୀଙ୍କୁ ସଫଳତା : ଜୈସ୍-ଏ-ମହମ୍ମଦର ୪ ଆତଙ୍କୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

13/05/2020 at 11:13 AM

ଶ୍ରୀନଗର ୧୩।୦୫:  ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣ ସଫଳତା ମିଳିଛି । ସ୍ଥାନୀୟ ପୋଲିସ ଓ ସେନା ବାହିନୀ ୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ।  ଗିରଫ ସମସ୍ତ ଆତଙ୍କବାଦୀ ଜୈସ-ଏ-ମହମ୍ମଦର ବୋଲି ଜଣାପଡିଛି । ଗତ କିଛି ଧରି ଆତଙ୍କବାଦୀ ବିରୋଧୀ ଲଡେଇକୁ ଜୋରଦାର କରିଥିଲେ ସୁରକ୍ଷାକର୍ମୀ । ନିକଟରେ ଅବନ୍ତିପୋରାରେ ହିଜ୍‌ବୁଲ୍‌ କମାଣ୍ଡର ରିଆଜ ନାଇକୁକୁ ଏନ୍‌କାଉଣ୍ଟରରେ ନିହତ କରିଥିଲେ ସେନାବାହିନୀ । ରିଆଜକୁ ନିହତ କରିବା ପରେ ଘାଟିରେ ହିଜ୍‌ବୁଲ୍‌ର ଶେଷ ହେବା ଭଳି ଅନୁମାନ କରାଯାଉଛି । ତେବେ ଏହାପରେ ପୋଲିସର ସର୍ଚ୍ଚ ଅପରେସନ ସମମୟରେ ଏହି ଆତଙ୍କବାଦୀ ଧରପଡିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଲିଥିଲା । ପୋଲିସ ସୂଚନା ପାଇଁ ସ୍ଥାନୀୟ ଅଞ୍ଚଳରେ ଚଢାଉ କରି ୪ଜଣ ଆତଙ୍କାବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ନାମ ହେଉଛି – ଶବୀର ଅହମ୍ମଦ ପାରେ, ଶିରାଜ ଅହମ୍ମଦ ଦାର, ଶାଫତ ଅହମ୍ମଦ ମୀର ଏବଂ ଇଶଫାକ ଅହମ୍ମଦ ଶାହା। ଚାରଜଣ ବାଥ୍‌ ଅଞ୍ଚଳର ବୋଲି ସୂଚନା ରହିଛି । ସେହିପରି ତ୍ରାଲ୍‌ ଅଞ୍ଚଳରେ ଲୁଚି ରହୁଥିବା ଆତଙ୍କାବାଦୀମାନଙ୍କୁ ଏମାନେ ଖାଦ୍ୟ ସହଯୋଗ କରୁଥିବାର ଅଭିଯୋଗ ମଧ୍ୟ ରହିଛି । ଏମାନଙ୍କ ନିକଟରୁ ବିପୁଳ ପରିମାଣର ଗୁଳିଗୋଳ ଜବତ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନ ସ୍ଥିତ ଜୈଶ-ଏ-ମହମ୍ମଦଙ୍କ ବିଷୟରେ ଦେଶର ସୁରକ୍ଷା ଏଜେନ୍ସିମାନେ ଆତ୍ମଘାତୀ ଆକ୍ରମଣ ପ୍ରକ୍ରିୟାରେ ଅଛନ୍ତି ବୋଲି ଗୁପ୍ତ ରିପୋର୍ଟ ରହିଛି । ସେହିପରି ସୀମା ବାଟ ଦେଇ ଭାରତରେ ପ୍ରବେଶ କରିବାକୁ ଚାହିଁ ବସିଛନ୍ତି ଅନେକ ଆତଙ୍କବାଦୀ । କିନ୍ତୁ ସୀମାରେ ସୁରକ୍ଷାବାହିନୀଙ୍କ କଡା ନଜର ରହିଛି ।

   Related Posts