କରୋନା ଆତଙ୍କ: ଜର୍ମାନୀରୁ ଫେରିଥିବା ୪ ସନ୍ଦିଗ୍ଧଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଗଲା

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୦୩: ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟି ୧୫୨ରେ ପହଞ୍ଚିଛି। ଆଜି ନୋଏଡାରେ ଆଉ ଜଣେ ବ୍ୟକ୍ତିଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ଦୁଇ ଓ ତେଲଙ୍ଗାନାରେ ଗୋଟିଏ ନୂତନ ମାମଲା ସାମ୍ନାକୁ ଆସିଛି। ସତର୍କତାମୂଳକ ମାତା ବୈଷ୍ଣ ଦେବୀଙ୍କ ଯାତ୍ରା ଆଜିଠୁ ବନ୍ଦ କରାଯାଇଛି। ଅନ୍ୟପଟେ ୨୭୬ ଭାରତୀୟ ଦୁନିଆର ଅନ୍ୟ ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି। ଏହା ମଧ୍ୟରେ ଜର୍ମାନୀରୁ ଫେରିଥିବା ଚାରି ସନ୍ଦିଗ୍ଧ ଯାତ୍ରୀଙ୍କୁ ପାଲଘରରେ ଟ୍ରେନରୁ ଓହ୍ଲାଇ ଦିଆଯାଇଛି।

ରେଲଓ୍ଵେ ଅଧିକାରୀ କହିଛନ୍ତି ଯେ, ହାତରେ ହୋମ୍ କ୍ଵାରେନଣ୍ଟାଇନର ଠପା ଲାଗିଥିବା ଜର୍ମାନୀରୁ ଫେରିଥିବା ଚାରି ଯାତ୍ରୀଙ୍କୁ ପାଲଘର ଷ୍ଟେସନରେ ଏକ୍ସପ୍ରେସ ଟ୍ରେନରୁ ଓହ୍ଲାଇବା ନେଇ ସାଥୀ  ଯାତ୍ରୀଙ୍କକୁ ସଚେତନ କରାଯାଇଥିଲା। ପଶ୍ଚିମ ରେଲଓ୍ଵେର ମୁଖ୍ୟ ଜନସଂପର୍କ ଅଧିକାରୀ କହିଛନ୍ତି ଯେ,ଜର୍ମାନୀରୁ ଫେରିଥିବା କରୋନା ଭୂତାଣୁ ସନ୍ଦିଗ୍ଧ ଚାରି ଯାତ୍ରୀ ସୁରଟ ଯାଉଥିଲେ। ମାତ୍ର ସେମାନଙ୍କୁ ପାଲଘରରେ ଗରିବ ରଥ ଟ୍ରେନର ଓହ୍ଲାଇ ଦିଆଯାଇଛି। ସେମାନଙ୍କ ହାତରେ ହୋମ୍ କ୍ଵାରେନଣ୍ଟାଇନ ଲେଖା ହୋଇଥିଲ।

{"id":240411,"sizeSlug":"large"}

ଅପର ପକ୍ଷେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଶୀର୍ଷ ଅଧିକାରୀ ବୁଧବାର କହିଛନ୍ତି ଯେ, ରୋଶ୍ ଡାୟଗ୍ନୋଷ୍ଟିକ ନାକ ଏକ ଘରୋଇ ସଂସ୍ଥା କରୋନା ଭୂତାଣୁର ଔଷଧ ପ୍ରସ୍ତୁତ ଲାଗି ପରୀକ୍ଷଣ ହେତୁ ଖାଦ୍ୟ ଓ ଔଷଧି ପ୍ରଶାସନ(ଏଫଡିଏ)ର ଜରୁରୀକାଳୀନ ସ୍ଵୀକୃତି ଲାଭ କରିଛି। ଭାରତୀୟ ନିୟାମକ ଉକ୍ତ କମ୍ପାନୀକୁ ମଙ୍ଗଳବାର କରୋନାର ଡାୟଗ୍ନୋଷ୍ଟିକ୍ ଟେଷ୍ଟ କରିବାର ଲାଇସେନ୍ସ ପ୍ରଦାନ କରିଛି।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ୨୭୬ ଭାରତୀୟ ବିଦେଶରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏଥିରେ ଇରାନରେ ୨୫୫, ୟୁଏଇରେ ୧୨, ଇଟାଲୀରେ ୫ ଓ ହଂକ କଂଗ, କୁଏତ, ରଓ୍ଵାଣ୍ଡା ଓ ଶ୍ରୀଲଙ୍କାରେ ୧-୧ ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.