Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

କାହିଁକି ବାଳାଶ୍ରମରୁ ଚାଲି ଯାଉଛନ୍ତି ? ନିଖୋଜ ୪ ଅନ୍ତେବାସୀ ଉଦ୍ଧାର

31/10/2020 at 10:24 AM

ଯାଜପୁର ୩୧।୧୦: ଯାଜପୁର ଟାଉନ ସ୍ଥିତ ଉତ୍କଳ ବାଳାଶ୍ରମରୁ ନିଖୋଜ ହୋଇ ଯାଇଥିବା ୪ ଅନ୍ତେବାସୀ ଉଦ୍ଧାର । ଚାରିଦିନ ତଳେ ବାଳାଶ୍ରମରୁ ଚାରି ଜଣ ନାବାଳକ ଅନ୍ତେବାସୀ ଚାଲିଯାଇଥିଲେ, ହେଲେ ଆଶ୍ୟର୍ଯ୍ୟଜନକଭାବରେ ବାଳାଶ୍ରମର ସୁପରିଟେଣ୍ଡେଣ୍ଟ ଏକଥା ଜାଣି ନଥିଲେ, କି ଥାନାରେ ଏନେଇ ଅଭିଯୋଗ ମଧ୍ୟ କରିନଥିଲେ । କିଛି ସମାଜସେବୀ ଏମାନଙ୍କୁ ଉଦ୍ଧାର କରିବା ପରେ ଜାଣିବାକୁ ପାଇଥିଲେ ବାଳାଶ୍ରମ ସୁପରିଟେଣ୍ଡ ।

ଅନ୍ତେବାସୀ ନିଖୋଜ ହେଲା ପରେ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ବାଳାଶ୍ରମ କର୍ତ୍ତୃପକ୍ଷ କାହାରି ପାଖରେ କୌଣସି ସୂଚନା ନଥିଲା । ପ୍ରଶ୍ନ ଉଠୁଛି ବାଳାଶ୍ରମରେ କେତେ ପିଲା ରହୁଛନ୍ତି କେତେ ଜଣ ପିଲା ନିଖୋଜ ଅଛନ୍ତି କେଉଁ ସୁବିଧାରୁ ପିଲା ବଞ୍ଚିତ ହେଉଛନ୍ତି ଏହାର ହିସାବ ଜିଲ୍ଲା ପ୍ରଶାସନ ରଖିଛି ତ ??  ବାଳାଶ୍ରମରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ମାଡ଼ ମରା ଯାଉଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ ।

ଗତ କିଛିଦିନ ତଳେ ତିନି ଜଣ ଅନ୍ତେବାସୀଙ୍କୁ ପାଣିକୋଇଲି ବେଙ୍ଗାସାହି ନିକଟରୁ ଉଦ୍ଧାର ହୋଇଥିଲେ ।  ସେହିପରି ତିନିଦିନ ତଳେ ସନ୍ଧ୍ୟାରେ ଆଉ ଜଣେ ଅନ୍ତେବାସୀଙ୍କୁ ଉଦ୍ଧାର କରି ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା । ଏସବୁ ଘଟଣା ବାଳାଶ୍ରମର ପରିଚାଳନା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

   Related Posts