Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଷ୍ଟେସନ ନିକଟରୁ ଚୋରା ଚାଉଳ ମିଳିବା ଘଟଣା : ୪ ଆରପିଏଫ କର୍ମଚାରୀ ନିଲମ୍ବିତ

14/01/2020 at 9:30 AM

ଝାରସୁଗୁଡା ୧୪।୧: ଝାରସୁଗୁଡାରେ ୨୮୮ ବସ୍ତା ଚୋରା ଚାଉଳ ଜବତ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ଦାୟିତ୍ବରେ ଅବହେଳା ପାଇଁ ଆରପିଏଫର ୪ଜଣ କର୍ମଚାରୀ ନିଲମ୍ବିତ । ନିଲମ୍ବିତ ହେଲେ ଆରପିଏଫ ପୋଷ୍ଟ କମାଣ୍ଡାଣ୍ଟଙ୍କ ସହ ଅନ୍ୟ ୩ ସହଯୋଗୀ କର୍ମଚାରୀ ।

ଗତ ୮ ତାରିଖ ରାତିରେ ଝାରସୁଗୁଡା ରେଳଷ୍ଟେସନ ନିକଟବର୍ତ୍ତୀ ଡବଲିଙ୍ଗ କଲୋନୀ ପାଖରେ ଥିବା ରେଳ ଧାରଣା ନିକଟରେ ଏକ ପରିତ୍ୟକ୍ତ ଘରୁ OSCSC ଟ୍ୟାଗ୍ ଥିବା ୨୮୮ ବସ୍ତା ଚାଉଳ ଜବତ କରିଥିଲା ଜିଆରପି । ଟ୍ରେନରୁ ଚାଉଳ ଚୋରି ହୋଇଥିବା ନ୍ୟୁଜ ୭ରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣା ଉପରେ ଖୋଳତାଡ଼ ଆରମ୍ଭ କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଥିଲେ । ଅନ୍ୟପଟେ ଦାୟିତ୍ବରେ ଅବହେଳା ପାଇଁ ଗତକାଲି ଆରପିଏଫ ଡିଜି ଝାରସୁଗୁଡା ଆରପିଏଫ ପୋଷ୍ଟ କମାଣ୍ଡର ଏଲ.କେ ଦାସ, ଏଏସଆଇ ଏସ.କେ. କୁମାର, ଦୁଇ ହାବିଲଦାର ଆରଭି ଠାକୁର ଏବଂ ଡ଼ି ବକ୍ସଲାଙ୍କୁ ନିଲମ୍ବିତ କରିଛନ୍ତି ।

ଗତ ୮ ତାରିଖ ବିଳମ୍ବିତ ରାତିରେ ଡବଲିଙ୍ଗ କଲୋନୀ ନିକଟରେ ରହିଥିବା ଏକ ପରିତ୍ୟକ୍ତ ଘରୁ ୨୮୮ ବସ୍ତା ଚାଉଳ ଜବତ କରିଥିଲା ଜିଆରପି । ସେତେବେଳେ ଏହି ଚାଉଳ ର ମାଲିକାନାକୁ ନେଇ କେହି ଦାବି କରିବାକୁ ଆସି ନଥିଲେ । ଅନ୍ୟପଟେ ଚାଉଳ ଚୋରି ଘଟଣାରେ ଆରପିଏଫ ପକ୍ଷରୁ ତଦନ୍ତ କରି ତେଲିଭଟ୍ଟା ଅଞ୍ଚଳ ରାହୁଲ ସାହୁ, କ୍ରିଷ୍ଣା ସାହୁ ଏବଂ ଟିଙ୍କୁ କଣ୍ଟାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

   Related Posts