ରେଳ ବିଭାଗ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ୪ ଆରପିଏଫ୍ ଗିରଫ
10/06/2020 at 10:53 AM

ରାଉରକେଲା ୧୦।୬: ରାଉରକେଲା ବନ୍ଧମୁଣ୍ଡା ଥାନା ପୋଲିସ ୪ ଜଣ ଆରପିଏଫଙ୍କୁ ଗିରଫ କରିଛି । ରେଳବାଇ ବିଭାଗର ଜଣେ ଅଧିକାରୀ ସିନିଅର ଡିଇଇ / ଟିଆରଏସ ପ୍ରବୀନ ମୀନାଙ୍କୁ ମାଡ଼ ମାରିବା ସହ ରେଳବାଇ ଏଆରଏମଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲା ।
ଗତ ୨୯ ତାରିଖ ଦିନ ପ୍ରବୀନ ମୀନା ରେଳବାଇ କ୍ଲବ୍ ନିକଟକୁ ନିଜ ପାୱାର ବ୍ୟାଙ୍କ ଆଣିବାକୁ ଯାଇଥିବା ବେଳେ କୌଣସି କାରଣକୁ ନେଇ ରେଳବାଇର ୪ ଜଣ ଆରପିଏଫଙ୍କ ସହ ବଚସା ହୋଇଥିଲା । ତେବେ ମୀନାଙ୍କୁ ୪ ଜଣ ମିଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ।
ଏହାପରେ ଏଆରଏମ ମଧ୍ୟ ସେଠାରେ ପହଞ୍ଚିଲା ପରେ ତାଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ମୀନା ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021