ଶପଥ ନେଲେ ଓଡିଶାର ୪ ନବ ନିର୍ବାଚିତ ରାଜ୍ୟସଭା ସାଂସଦ

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୭: ଶପଥ ନେଲେ ନବ ନିର୍ବାଚିତ ରାଜ୍ୟସଭା ସାଂସଦ । ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୪ ଜଣ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି । ସୁବାସ ସିଂହ, ମୁନ୍ନା ଖାଁ, ମମତା ମହାନ୍ତ ଏବଂ ସୁଜିତ କୁମାର ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ।

ମାର୍ଚ୍ଚ ୨୬ରେ ୪ ଜଣ ସଦସ୍ୟ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ହେଲେ କରୋନା ଯୋଗୁଁ ଲକ୍ ଡାଉନ୍ ହେବାରୁ ଦିଲ୍ଲୀ ଯାଇ ଶପଥ ନେଇପାରିନଥିଲେ । ଓଡିଶାର ୪ ସଦସ୍ୟଙ୍କ ସମେତ ମୋଟ୍ ୪୩ ଜଣ ନବ ନିର୍ବାଚିତ ସାଂସଦ ଶପଥ ନେଇଛନ୍ତି । ତେବେ ସଂସଦର ଅଧିବେଶନ ଚାଲୁନଥିବାରୁ ରାଜ୍ୟସଭା ହାଉସ ଚାମ୍ବରରେ ସଦସ୍ୟମାନେ ଶପଥ ନେଇଛନ୍ତି । ଶପଥ ଗ୍ରହଣ ସମାରୋହରେ କୋଭିଡ୍ ଗାଇଡ୍ ଲାଇନ୍ କୁ ଅନୁପାଳନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.