ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା : ୪ ରେଳ କର୍ମଚାରୀ ନିଲମ୍ବିତ

Published By : Prameya-News7 Bureau | January 17, 2020 IST

କଟକ ୧୭।୧: ଗୁରୁବାର ମୁମ୍ବାଇ-ଭୁବନେଶ୍ବର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାରେ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ନିର୍ଗୁଣ୍ଡି ଷ୍ଟେସନ ଡେପୁଟି ଷ୍ଟେସନ ମ୍ୟାନେଜର, ମାଲବାହୀ ଟ୍ରେନର ଗାର୍ଡ ଓ ଏଲଟିଟି ଟ୍ରେନର ୨ ଜଣ ଡ୍ରାଇଭରଙ୍କୁ ନିଲମ୍ବିତ ହୋଇଛନ୍ତି ।

{"id":211832,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୁରୁବାର  ସକାଳ ସମୟରେ କଟକ ଜିଲ୍ଲାର ଟାଙ୍ଗୀ ଅଞ୍ଚଳର ର୍ନିଗୁଣ୍ଡି ଷ୍ଟେସନ  ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ ସେହି ଲାଇନରେ  ଛିଡା ହୋଇଥିବା ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ଦେବାରୁ ଲାଇନଚ୍ୟୁତ ହୋଇଥିଲା ।

{"id":211829,"sizeSlug":"large"}

ଦୁର୍ଘଟଣାରେ ଟ୍ରେନର ୮ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ସେଥିରୁ ୫ଟି ବଗି ଧାରଣାରୁ ବାହାରି ଯାଇଥିଲା ଏବଂ ଅନ୍ୟ ୩ଟି ବଗି ଧାରଣାରୁ ସାମାନ୍ୟ ହଟିଥିଲା। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଗୁରୁତର ଆହତ ୫ ଜଣ ଯାତ୍ରୀଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.