ମଧ୍ୟପ୍ରଦେଶର ଜିଲ୍ଲା ଜେଲରୁ ୪ଜଣ କଏଦୀ ଜେଲରୁ ଚମ୍ପଟ
23/06/2019 at 1:11 PM

ଇନ୍ଦୋର ୨୩/୬: ମଧ୍ୟପ୍ରଦେଶର ନିମଚରେ ଆଜି ସକାଳେ ୪ଜଣ କଏଦୀ ଜେଲର କାନ୍ଥ ଚଢ଼ି ଫେରାର ହୋଇଯାଇଛନ୍ତି। ଏହି କଏଦୀମାନେ ଦୁଷ୍କର୍ମ,ନିଶା ଜିନିଷ ଚାଲାଣ ଭଳି ଅପରାଧରେ ଦଣ୍ଡ ଭୋଗୁଥିଲେ। କଏଦୀମାନେ ଫେରାର ହେବା ପରେ ପୋଲିସ୍ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି। ସେମାନଙ୍କୁ ଧରିବା ପାଇଁ ଖୋଜା ଚାଲିଛି।
ଜିଲ୍ଲା ଜେଲ୍ର ଜେଲରଙ୍କ କହିବା ମୁତାବକ ଜେଲର କାନ୍ଥ ପାଖରେ ଲାଗିଥିବା ଗଛ ସାହାଯ୍ୟରେ କଏଦୀ ଜେଲର କାନ୍ଥ ଉପରେ ଚଢ଼ି ଯାଇଥିଲେ ଏବଂ ବାହାରେ ଡେଇଁଥିଲେ। କଏଦୀଙ୍କୁ ଧରିବା ପାଇଁ ଜିଲ୍ଲା ସହ ଆଖପାଖ ଅଞ୍ଚଳକୁ ଘେରାଉ କରାଯାଇଛି।
ଏହା ପୂର୍ବରୁ ୨୦୧୭ମସିହା ଫେବୃୟାରୀରେ ମଧ୍ୟ ମୁରୈନା ଜିଲ୍ଲା ଜେଲରୁ ୨ଜଣ କଏଦୀ ଫେରାର ହୋଇଯାଇଥିଲେ। ୨୦୧୬ମସିହାରେ ଆତଙ୍କବାଦୀ ସଙ୍ଗଠନ ସିମିର ୮ଜଣ ଆତଙ୍କବାଦୀ ଭୋପାଳ ଜେଲର ମୁଖ୍ୟଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ।
Related Posts
STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
26 January 2021