Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ବାଣପୁର ସବ୍ ଜେଲ୍‌ରେ ପୁଣି ୪ କଏଦୀ କରୋନା ପଜିଟିଭ୍

21/07/2020 at 2:42 PM

ଟାଙ୍ଗୀ ୨୧।୭: ଖୋର୍ଦ୍ଧା ଜିଲ୍ଲା ବାଣପୁର ସବ୍-ଜେଲରେ ପୁଣି ୪ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ଜେଲରେ ଥିବା ସମସ୍ତ ୧୬୯ କଏଦୀ ଏବଂ କର୍ମଚାରୀମାନଙ୍କର ଟେଷ୍ଟ ହୋଇଥିବା ସ୍ଥଳେ ୪ ଜଣ କଏଦୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହି ୪ ଜଣ କଏଦୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କୋଦଳା ଜେଲର ତିନି ଜଣ ଓ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲର ଜଣେ କଏଦୀ ଅଛନ୍ତି । ଏହି କଏଦୀମାନଙ୍କୁ ଗତ ୧୦ ତାରିଖରେ ଅନ୍ୟ ଜେଲରୁ ବାଣପୁର ଜେଲକୁ ଅଣାଯାଇଥିଲା ।

ପୂର୍ବରୁ ମଧ୍ୟ ବାଣପୁର ସବ୍ ଜେଲରେ ଜଣ କଏଦୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ବୋଲି ଜେଲ୍ ସୁପରିଟେଣ୍ଡେଣ୍ଟ କୋଶଳ ପଦ୍ମିନୀ ଦଳବେହେରା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ବାଣପୁର NACରେ ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

   Related Posts